ଭୁବନେଶ୍ବର: ସହରାଞ୍ଚଳରେ ଟିକସ ଆଦାୟ କରିବାକୁ ସରକାରଙ୍କ ଅଭିନବ ପ୍ରୟାସ। ଆରମ୍ଭ ହେଲା ଏମପିଏଲ । 9ଟି ବଡ ସହରାଞ୍ଚଳକୁ ନେଇ ଆରମ୍ଭ ହୋଇଛି ମ୍ୟୁନିସିପାଲ ପ୍ରିମିୟର ଲିଗ(ଏମପିଏଲ) । ଏମାନଙ୍କ ମଧ୍ୟରୁ ଯିଏ ଅଧିକ ଟିକସ ଆଦାୟ କରିବ ସେ ଚମ୍ପିଆନ ହେବ ବୋଲି କୁହାଯାଇଛି। ଆଜି(ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଏହାର ଟ୍ରଫି ଉନ୍ମୋଚନ କରିଛନ୍ତି ।
ସହରାଞ୍ଚଳରେ ଟିକସ ବୃଦ୍ଧି ଲାଗି ଅଭିନବ ପ୍ରୟାସ, ଆରମ୍ଭ ହେଲା ଏମପିଏଲ
ସେପଟେ ଅନଲାଇନରେ ଘରେ ବସି ଟିକସ ଦେଇପାରିବେ ସହରାଞ୍ଚଳବାସୀ । ଭୁବନେଶ୍ବର ଲୋକେ www.bhubaneswar.me ଏବଂ ଅନ୍ୟ ସହରାଞ୍ଚଳବାସୀ www.ulbodisha.gov.inରେ ନିଜର ସମ୍ପତ୍ତି କର(ପ୍ରପଟି ଟାକ୍ସ) ଦେଇପାରିବେ ।
ଏହାସହ ଟାକ୍ସ ଆଦାୟ ବୃଦ୍ଧି କରିବା ପାଇଁ 9ଟି ବଡ ସହରାଞ୍ଚଳ ଭୁବନେଶ୍ବର, ବ୍ରହ୍ମପୁର, କଟକ, ପୁରୀ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ବର ଓ ଭଦ୍ରକକୁ ନେଇ ଏମପିଏଲ ଆରମ୍ଭ ହୋଇଛି । ଅର୍ବାନ ଟିକସ ଆଦାୟ କ୍ଷେତ୍ରରେ ଓଡିଶା ଭାରତବର୍ଷରେ 10ତମ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିବାକୁ ହେଲେ 171 କୋଟି ଟଙ୍କା ଆଦାୟ କରିବାକୁ ପଡିବ। ତେଣୁ ଏପରି ନୂଆ ପଦକ୍ଷେପ ଗ୍ରହଣ କରିବା ସହ ମ୍ୟୁନିସିପାଲ ପ୍ରିମିୟର ଲିଗାଲକୁ ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଶୁଭାରମ୍ଭ କରିଛନ୍ତି । ଯାହାର ସୁବିଧା 114ଟି ସହରାଞ୍ଚଳର ପ୍ରାୟ 70 ଲକ୍ଷ ଲୋକ ଉଠାଇପାରିବେ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ