ଓଡିଶା

odisha

ETV Bharat / city

BJD leader in Rajya Sabha: ସସ୍ମିତ ପାତ୍ର ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା - ରାଜ୍ୟସଭାରେ ବିଜେଡି ସଂସଦୀୟ ନେତା

ରାଜ୍ୟସଭା ବିଜେଡି ସଂସଦୀୟ ଦଳ ନେତା ନିଯୁକ୍ତ ହେଲେ ସସ୍ମିତ ପାତ୍ର । ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଚିଫ ହୁଇପ ଭାବେ ନିଯୁକ୍ତ ହେଲେ ନବ ନିର୍ବାଚିତ ସାଂସଦ ସୁଲତା ଦେଓ । ଏନେଇ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

BJD leader in Rajya Sabha
BJD leader in Rajya Sabha

By

Published : Jul 29, 2022, 8:59 PM IST

ଭୁବନେଶ୍ବର: ରାଜ୍ୟସଭା ବିଜେଡି ସଂସଦୀୟ ଦଳ ନେତା ନିଯୁକ୍ତ ହେଲେ ସସ୍ମିତ ପାତ୍ର । ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଚିଫ ହୁଇପ ଭାବେ ନିଯୁକ୍ତ ହେଲେ ନବ ନିର୍ବାଚିତ ସାଂସଦ ସୁଲତା ଦେଓ । ଏନେଇ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ସସ୍ମିତ ପାତ୍ର ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପରବର୍ତ୍ତୀ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା କିଏ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ଯୁବ ଓ ଦକ୍ଷ ନେତୃତ୍ୱକୁ ଭରସା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦ୍ଵିତୀୟ ଥର ଲାଗି ରାଜ୍ୟସଭାକୁ ନିର୍ବାଚତ ହୋଇଥିବା ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ନେତୃତ୍ୱ ଦେଇଛନ୍ତି ନବୀନ ।

ବିଜେଡିର ରାଜ୍ୟସଭା ସଂସଦୀୟ ଦଳ ନେତା ହୋଇଛନ୍ତି ସସ୍ମିତ ପାତ୍ର । ତାଙ୍କ ନେତୃତ୍ୱରେ ରାଜ୍ୟସଭାରେ ବିଜେଡିର ସ୍ୱର ଶାଣିତ ହେବ । ସେହିପରି ଆଉ ଜଣେ ଯୁବ ଓ ମହିଳାଙ୍କୁ ଭରସା କରିଛନ୍ତି ନବୀନ । ରାଜ୍ୟସଭାରେ ବିଜେଡି ଚିଫ ହୁଇପ (ମୁଖ୍ୟ ସଚେତକ) ଭାବେ ସୁଲତା ଦେଓଙ୍କୁ ନିଯୁକ୍ତି ଦେଇଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details