ଭୁବନେଶ୍ବର:କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର । ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍ ଖେଳିଛନ୍ତି ଆନ୍ଧ୍ର ସରକାର । କୋଟିଆର 28 ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ଦର୍ଶାଇ ନିଜ ମ୍ୟାପରେ ସ୍ଥାନ ଦେଇଛି ଆନ୍ଧ୍ର । ଏହାକୁ ନେଇ ବିବାଦ ଜୋର ଧରିଛି । ବିଜେଡି କିହିଛି ଯେ, କୋଟିଆକୁ ଆନ୍ଧ୍ର କେବେ ବି ହାତେଇ ପରିବ ନାହିଁ । ଆମେ ଏହା ହେବାକୁ ଦେବୁନାହିଁ ।
ଆନ୍ଧ୍ର ମାନଚିତ୍ରରେ ଯୋଡି ହୋଇଛି ନୂଆ 13 ଟି ଜିଲ୍ଲା । ଏହାରି ଭିତରେ ସାମ୍ନାକୁ ଆସିଛି ଆନ୍ଧ୍ରର ଚାଲ । କୋଟିଆର 28ଟି ଗାଁକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଛି ଆନ୍ଧ୍ର । ନୂଆ 13 ଟି ଜିଲ୍ଲାକୁ ମିଶାଇ ଆନ୍ଧ୍ରରେ ମୋଟ 26 ଜିଲ୍ଲା ହୋଇଛି । ଏଥିରେ ନୂତନ ଜିଲ୍ଲା ଭାବେ ମାନ୍ୟମକୁ ସ୍ଥାନ ଦିଆଯାଇଛି । ଆଉ ଏହି ମାନ୍ୟମ ଜିଲ୍ଲାରେ ସାମିଲ ହୋଇଛି କୋଟିଆର 28 ଗାଁ ଓ 12 ଟି ପଡା । ଯାହା ଏକ ଆଦିବାସୀ ଜିଲ୍ଲା ଭାବେ ମାନ୍ୟତା ପାଇଛି ।