ଓଡିଶା

odisha

ETV Bharat / city

ଏଥର ବି ଫଳାଫଳ ବିଜେଡି ସପକ୍ଷରେ ଯିବ: ସାଂସଦ ମୁନ୍ନା ଖାଁ - ପୌର ନିର୍ବାଚନ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ ଭଳି ଏକତରଫା ହେବ ପୌର ନିର୍ବାଚନ ଫଳାଫଳ । ବିଜେଡି ହାତକୁ ଯିବ ସମସ୍ତ ପୌରାଞ୍ଚଳ । ପୌର ନିର୍ବାଚନ ପୂର୍ବରୁ ଏଭଳି ଦମ୍ଭୋକ୍ତି ବାଢିଛି ବିଜେଡି । ଅଧିକ ପଢନ୍ତୁ

ସାଂସଦ ମୁନ୍ନା ଖାଁ
ସାଂସଦ ମୁନ୍ନା ଖାଁ

By

Published : Mar 23, 2022, 5:27 PM IST

Updated : Mar 23, 2022, 7:08 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଫଳାଫଳ ଭଳି ଏକତରଫା ହେବ ପୌର ନିର୍ବାଚନ ଫଳାଫଳ । ବିଜେଡି ହାତକୁ ଯିବ ସମସ୍ତ ପୌରାଞ୍ଚଳ । ପୌର ନିର୍ବାଚନ ପୂର୍ବରୁ ଏଭଳି ଦମ୍ଭୋକ୍ତି ବାଢିଛି ବିଜେଡି ।

ଏଥର ବି ଫଳାଫଳ ବିଜେଡି ସପକ୍ଷରେ ଯିବ: ସାଂସଦ ମୁନ୍ନା ଖାଁ

ଆଜି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି ପଞ୍ଚାୟତ ପରି ଏକତରଫା ହେବ ପୌର ଫଳାଫଳ । ୯୦ ପ୍ରତିଶତରୁ ଅଧିକ ଆସନ ହାତେଇବ ବିଜେଡି । ନବୀନ ପଟ୍ଟନାୟକ ଗରିବ ଲୋକଙ୍କ ପାଇଁ ଯେଉଁ କାମ କରୁଛନ୍ତି ଲୋକଙ୍କ ପାଖରେ ପହଞ୍ଚିଛି । ଲୋକ ସୁବିଧା ପାଇଛନ୍ତି । ତେଣୁ ଲୋକ ନବୀନଙ୍କୁ ଚାହୁଁଛନ୍ତି । ସବୁଠି ଶଙ୍ଖ ଝଡ ହେବ।

ସେହିଭଳି ବିଜେଡି ଟଙ୍କାବାଣ୍ଟୁ ଥିବା ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ମୁନ୍ନା କହିଛନ୍ତି ବିରୋଧୀ ଅଭିଯୋଗ କରିବେ । ମିଥ୍ୟା ଅଭିଯୋଗ କରୁଛନ୍ତି ବିରୋଧୀ । କିଏ କେଉଁଠି ଖର୍ଚ୍ଚ ଦେଉଥିବ । କିଏ କିଏ ମଦ ପିଇବାକୁ ମାଗିବ ମନା କରି ହେବ କି ? ନିର୍ବାଚନ ସମୟରେ ଏପରି ହୁଏ । ମୁଁ ଅନୁଭବ କରିଛି । ଟଙ୍କା ବଣ୍ଟା ନେଇ ସେପରି କିଛି ଭିଡିଓ ନାହିଁ । ଯଦି ଅଛି ଦେଖାଇ ପାରିବେ ବିରୋଧୀ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 23, 2022, 7:08 PM IST

ABOUT THE AUTHOR

...view details