ଭୁବନେଶ୍ବର: ଘରୋଇ ଗଣାମାଧ୍ୟମ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଏନେଇ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଚିଠି ଲେଖିଛନ୍ତି । ବାରମ୍ବାର ଗଣମାଧ୍ୟମର କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି । ଚ୍ୟାନେଲ କିଛି ସାମ୍ବାଦିକଙ୍କୁ ତାଙ୍କୁ ବଦନାମ କରିବାକୁ ଅଶ୍ଲୀଳ ଭିଡିଓ ଭାଇରାଲ କରିଛନ୍ତି ।
ଘରୋଇ ଚ୍ୟାନେଲ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲେ ଚନ୍ଦ୍ରାଣୀ ମୁର୍ମୁ - ଓଟିଭି ବିରୋଧରେ ସାଂସଦଙ୍କ ନୋଟିସ
ଘରୋଇ ଗଣମାଧ୍ୟମ ବିରୋଧରେ ସ୍ବାଧୀକାର ଭଙ୍ଗର ନୋଟିସ ଆଣିଲେ କେନ୍ଦୁଝର ସାଂସଦ । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଚିଠି ଲେଖି ନ୍ୟାୟ ମାଗିଲେ ସାଂସଦ । ଅଧିକ ପଢନ୍ତୁ...

ଘରୋଇ ଚ୍ୟାନେଲ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲେ ଚନ୍ଦ୍ରାଣୀ ମୁର୍ମୁ
ସେପଟେ, ଏହି ମାମଲାରେ ପୋଲିସ ତଦନ୍ତ କରୁଥିବାବେଳେ ଏହାକୁ ଚ୍ୟାନଲ ପକ୍ଷରୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରାଯାଉଛି । ତେଣୁ ସେ ବାଚସ୍ପତିଙ୍କ ଠାରୁ ନ୍ୟାୟ ମାଗିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ