ଓଡିଶା

odisha

ETV Bharat / city

ଭର୍ତ୍ତୃହରିଙ୍କ ସ୍ତମ୍ଭ, ସୃଷ୍ଟି କରୁଛି ଦ୍ବନ୍ଦ୍ବ - ଭୁବନେଶ୍ବର ଖବର

ସାଂସଦ ଭର୍ତ୍ତୃହରି ମହତାବଙ୍କ ସ୍ତମ୍ଭ ରାଜ୍ୟ ରାଜନୀତିରେ ସୄଷ୍ଟି କରିଛି ଝଡ । ଭର୍ତ୍ତୃହରିଙ୍କ ଦ୍ଵାରା ଲିଖିତ ସ୍ତମ୍ଭ 'ନିର୍ବାଚନରେ ଗୁଣ୍ଡାଙ୍କ ଉତ୍ପାତ ଓ ନେତୄତ୍ଵ' ପିପିଲି ଉପନିର୍ବାଚନ ପରିଚାଳନାର ଗୁମର ଫିଟାଇଛି । ଅଧିକ ପଢନ୍ତୁ...

bhartruhari article
ଭର୍ତ୍ତୃହରୀଙ୍କ ସ୍ତମ୍ଭ, ସୃଷ୍ଟି କରୁଛି ଦ୍ବନ୍ଦ୍ୱ

By

Published : Apr 19, 2021, 9:33 PM IST

Updated : Apr 19, 2021, 10:21 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସ୍ତମ୍ଭ ରାଜ୍ୟ ରାଜନୀତିରେ ଝଡ଼ ସୄଷ୍ଟି କରିଛି । ନିର୍ଦ୍ଧିଷ୍ଟ ଖବରକାଗଜରେ ଭର୍ତ୍ତୃହରିଙ୍କ ଦ୍ଵାରା ଲିଖିତ ସ୍ତମ୍ଭ 'ନିର୍ବାଚନରେ ଗୁଣ୍ଡାଙ୍କ ଉତ୍ପାତ ଓ ନେତୄତ୍ଵ' ପିପିଲି ଉପନିର୍ବାଚନ ପରିଚାଳନାର ଗୁମର ଫିଟାଇଛି । ଭର୍ତ୍ତୃହରିଙ୍କ ନିଶାନାରେ ଉଭୟ ବିଜେଡି ଓ ବିଜେପି । ପିପିଲି ଉପନିର୍ବାଚନ ପରିଚାଳିନା ନେଇ ପ୍ରଶ୍ନ ଉଠାଇଛନ୍ତି ଭର୍ତ୍ତୃହରି । ଭଲ ଭାବରେ ପଢନ୍ତୁ ଭର୍ତ୍ତୃହରିଙ୍କ ଏହି ସ୍ତମ୍ଭ ।

ଭର୍ତ୍ତୃହରୀଙ୍କ ସ୍ତମ୍ଭ, ସୃଷ୍ଟି କରୁଛି ଦ୍ବନ୍ଦ୍ୱ

"ପଶ୍ଚିମବଙ୍ଗରେ ଯେମିତି ପିପିଲିରେ ମଧ୍ୟ ସେମିତି । ଗାଁ, ୱାର୍ଡକୁ ଯାଇ ନେତା ଜଗିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭର୍ତ୍ତୃହରି । ଏବେ କେତେକଙ୍କ ପାଇଁ ଏହା ପିକନିକ ସଦୄଶ୍ୟ ହୋଇଛି ବୋଲି ସେ ଲେଖିଛନ୍ତି । ପୋଲିସ ବଦଳରେ ଅର୍ଦ୍ଧସାମରିକ ବଳ ପିପିଲିରେ ମୄତୟନ ହୋଇଛନ୍ତି । ଏହା ରାଜନେତାଙ୍କ ପାଇଁ ଆହ୍ବାନ ନୁହେଁ କି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି ? ଲୋକେ ବ୍ୟକ୍ତିତ୍ବକୁ ନ ଦେଖି ନାଲି ଆଖି ଓ ଠେଙ୍ଗା ଜରିଆରେ ଶାସିତ ହେବେ କି ? ଭର୍ତ୍ତୃହରିଙ୍କ ଏହି ସ୍ତମ୍ବ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ପରିଚାଳନର ଗୁମର ଖୋଲିଥିବା ବେଳେ ଏହା ତାଙ୍କ ଦଳ ବିଜେଡିକୁ ଅଡ଼ୁଆରେ ପକାଇଛି ।

ଭର୍ତ୍ତୃହରୀଙ୍କ ସ୍ତମ୍ଭ, ସୃଷ୍ଟି କରୁଛି ଦ୍ବନ୍ଦ୍ୱ

ତେବେ ଭର୍ତ୍ତୃହରିଙ୍କ ଏହି ନିଶାନା ଦଳର କେଉଁ ନେତାଙ୍କ ଆଡ଼କୁ ରହିଛି, ସେ କଥା ସେ ଜାଣନ୍ତି । ସ୍ତମ୍ଭକୁ ନେଇ ବିଜେଡି ଭର୍ତ୍ତୃହରିଙ୍କ ସପକ୍ଷରେ ନ ବାହାରି କଡା ସମାଲୋଚନା କରିଛି । ସ୍ତମ୍ଭକୁ ନେଇ ବିଜେଡ଼ି ଭର୍ତ୍ତୃହରିଙ୍କୁ ଟାର୍ଗେଟ କରିଥିବା ବେଳେ ଭର୍ତ୍ତୃହରିଙ୍କ ଲେଖାକୁ ନେଇ ବିଜେଡିକୁ କଡା ସମାଲୋଚନା କରିଛି ବିଜେପି । ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟ ଉପରେ ପ୍ରତାପ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସ୍ଥାନୀୟ ନେତା ଓ ନେତୃତ୍ବକୁ ନନେଇ କୌଣସି ନିର୍ବାଚନ ଲଢାଯାଏନି । ଭର୍ତ୍ତୃହରିଙ୍କ କଥା ଓ ଲେଖା ଭିତ୍ତିହୀନ । ସେ କୌଣସି ନିର୍ବାଚନରେ ଭାଗ ନିଅନ୍ତି ନାହିଁ । ଆଜିଯାଏଁ ଯେତିକି ଉପ ନିର୍ବାଚନ ହେଇଛି । ବୁଥ ଲେବୁଲ ଯାଏଁ ନେତା ଦାୟିତ୍ବ ନିଅନ୍ତି । ଶ୍ରମ ଦିଅନ୍ତି । ବିଗତ 20 ବର୍ଷରେ ଯେତିକି ଉପନିର୍ବଚନ ହେଇଛି ସବୁଠି ଏଇଭଳି ଭାବେ ନେତା ଯାଆନ୍ତି । ଏହି ରଣନୀତି ସହ ନିର୍ବାଚନ ଲଢ଼ିଛନ୍ତି । ଭର୍ତ୍ତୃହରିଙ୍କର ନିଦ ବୋଧେ ଏବେ ଭାଙ୍ଗିଲା ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ଭର୍ତ୍ତୃହରିଙ୍କର ଏହି ସ୍ତମ୍ବକୁ ନେଇ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ ।

ଭର୍ତ୍ତୃହରି ବାବୁ ଯାହା କହିଛନ୍ତି ଆମେ ବି ସେହି କଥା କହୁଥିଲୁ । ଏଥିରୁ ବୁଝାପଡୁଛି ରାଜ୍ୟରେ ସ୍ବଚ୍ଛ ଶାସନ କିଛି ନାହିଁ । ଯଦି ବିକାଶ ହୋଇଛି, ଯାହାକୁ ଛିଡା କଲେ ଜିତିକି ଆସିବ । କିନ୍ତୁ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ଏତେ ନେତା ମନ୍ତ୍ରୀଙ୍କୁ କାହିଁକି ପଠାଇବାକୁ ପଡୁଛି । କେବଳ ସରକାରୀ ଅର୍ଥ ଚଳୁ କରାଯାଉଛି । ବିଜେଡ଼ି ନେତା ପିକନିକ କରୁଛନ୍ତି । ପୂର୍ବରୁ ଏଭଳି ଉପନିର୍ବାଚନ ଲଢ଼ା ଯାଉନଥିଲା । ନବୀନ ବାବୁଙ୍କର ଉପନିର୍ବାଚନ ଜିତିବା ନେଇ ଭରସା ତୁଟି ଯାଉଛି । ତେଣୁ ଜିତିବା ପାଇଁ କଳ, ବଳ, କୌଶଳ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ଲୋକ ନିର୍ବାଚନ ଲଢୁ ନାହାନ୍ତି । ବିଜେଡ଼ିର ସାଂସଦ ଓ ବିଧାୟକ ନିର୍ବାଚନ ଲଢୁଛନ୍ତି । ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଏବେ ସ୍ତମ୍ଭ ଲେଖିବା ଲାଗି ଅଡ଼ୁଆରେ ଭର୍ତ୍ତୃହରି । ତେବେ ଭର୍ତ୍ତୃହରିଙ୍କ କଥା ସତ୍ୟ ଅଟେ । ନିର୍ବାଚନ ଅଧିକାରୀ ରାଜ୍ୟରେ ସଠିକ ନିର୍ବାଚନ ପରିଚାଳନାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଓଡିଆ ଇତିହାସ ବହି ଉନ୍ମୋଚନ ଅବସରରେ ଭର୍ତ୍ତୃହରିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ହେଉ ଅବା କଟକରେ ବିଷୁବ ମିଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସା ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ଏହା ପରେ ଭର୍ତ୍ତୃହରିଙ୍କର ଏହି ସ୍ତମ୍ବ କଣ ସଙ୍କେତ ଦେଉଛି ? ଭର୍ତ୍ତୃହରି ବିଜେପି ଆଡକୁ ଢଳୁଛନ୍ତି ନା ବିଜେଡିରେ ଅଣଦେଖା ହୋଇ କ୍ଷୋଭର ସହ ଏହା ଲେଖୁଛନ୍ତି । ତାହା ଅଗାମୀ ଦିନରେ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 19, 2021, 10:21 PM IST

ABOUT THE AUTHOR

...view details