ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଐତିହାସିକ ଧଉଳି ଶାନ୍ତି ସ୍ତୁପର ସାମଗ୍ରିକ ବିକାଶ ଏବଂ ରକ୍ଷଣାବେକ୍ଷଣ ବିଷୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିଶେଷକରି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହି ଐତିହ୍ୟ ଆଜି ସଂକଟରେ । ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ଏବେ ମରାମତି ନକଲେ ଆଗକୁ ସ୍ଥିତି ଗମ୍ଭୀର ହେବ । ପର୍ଯ୍ୟଟନ ଦୃଷ୍ଟିରୁ ଏହା ଉପରେ ଦୃଷ୍ଟି ଦେବାକୁ ସେ କହିଛନ୍ତି ।
ଧଉଳି ଶାନ୍ତିସ୍ତୁପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା
ସାଂସଦ ଅପରାଜିତା ଷଡ଼ଙ୍ଗୀ ଐତିହାସିକ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଏବଂ ରକ୍ଷଣାବେକ୍ଷଣ ବିଷୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଧଉଳି ଶାନ୍ତିସ୍ତୁପ
କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ସାଂସଦ ମହୋଦୟା ଗତ 15ରେ ଧଉଳି ପରିଦର୍ଶନ କରି ସମସ୍ତ ସମସ୍ୟା ବୁଲି ଦେଖିବା ସହ ଆବଶ୍ୟକୀୟ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ