ଓଡିଶା

odisha

ETV Bharat / city

ରାଜଧାନୀରେ ଆଉ ଏକ ଫୁଟ ଓଭର ବ୍ରିଜ, ଧନ୍ୟବାଦ ଜଣାଇଲେ ସାଂସଦ ଅପରାଜିତା

ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା । ଏନଏଚଏଆଇକୁ ଧନ୍ୟବାଦ ଜଣାଇଲେ ସାଂସଦ ।

By

Published : Jan 19, 2021, 4:03 PM IST

ଧନ୍ୟବାଦ ଜଣାଇଲେ ସାଂସଦ ଅପରାଜିତା
ଧନ୍ୟବାଦ ଜଣାଇଲେ ସାଂସଦ ଅପରାଜିତା

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବରରେ ନିର୍ମାଣ ହେବ ଆଉ ଏକ ଫୁଟ ଓଭର ବ୍ରିଜ । 16 ନମ୍ବର ଜାତୀୟ ରାଜପଥରେ ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ଏହି ଫୁଟ-ଓଭର ବ୍ରିଜ ନିର୍ମାଣ ହେବ । ଏନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ ଚିଠି ଆସିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

(ଏନଏଚଏଆଇ) ପକ୍ଷରୁ ଚିଠି

ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା । ଏନଏଚଏଆଇକୁ ଧନ୍ୟବାଦ ଜଣାଇଲେ ସାଂସଦ । ଏନଏଚଆଇ ତରଫରୁ ଉତ୍ତର ଭୁବନେଶ୍ବର ଅନ୍ତର୍ଗତ ହଂସପାଳଠାରେ ୨୪ କୋଟି ଟଙ୍କାର ଓଭରବ୍ରିଜ କରିବାକୁ ସ୍ବୀକୃତି ମିଳିଥିବା ସେ କହିଛନ୍ତି ।

ଧନ୍ୟବାଦ ଜଣାଇଲେ ସାଂସଦ ଅପରାଜିତା

ସେହିପରି ମଳିପଡା- ଖୋର୍ଦ୍ଧା ପାଖରେ ଏକ ଭେହିକିଲ୍ ଅଣ୍ଡରପାସ ହେବା ନେଇ ମଧ୍ୟ ଦେଇଥିବା ପ୍ରସ୍ତାବକୁ ଏନଏଚଏଆଇ ସ୍ବୀକୃତି ଦେଇଛି । ଏହାସହ ୧ କୋଟି ୨୫ ଲକ୍ଷ ଟଙ୍କାରେ ସହୀଦ ନଗର - ଶ୍ୟାମାପ୍ରସାଦ ପାର୍କ ନିକଟରେ ଏନଏଚଏଆଇ ତରଫରୁ ଏକ ଫୁଟ୍ ଓଭରବ୍ରିଜ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ।

ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ପୂର୍ବରୁ କୋରୋନା ସମୟରେ ସାଂସଦ ଅପରାଜିତା ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ଉକ୍ତ ପ୍ର୍ରକଳ୍ପ ନେଇ ଚିଠି ଲେଖିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details