ଭୁବନେଶ୍ବର: ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଜନ୍ମଦିନରେ ସମର୍ଥକଙ୍କ ସହ କେକ କାଟିବା ସହ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛି ବିଜେଡ଼ି । ଅନ୍ୟପଟେ ସାଂସଦ ନିଜ ସମର୍ଥକଙ୍କ ସହ ନାଚ, ଗୀତ କରିବା ବେଳେ ମାସ୍କ ନପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ ଅବମାନନା କରିଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେପଟେ ବିଜେଡ଼ିର ଏହି ଅଭିଯୋଗ ନେଇ ପାଲଟା ଜବାବ ରଖିଛନ୍ତି ଅପରାଜିତା ।
‘ମୁଁ କୌଣସି ମୋତେ କୋଭିଡ ନିୟମ ଉଲ୍ଲଂଘନ କରିନାହିଁ । ଜଣେ ଶିକ୍ଷିତ ଏବଂ ସାଂସଦ ହିସାବରେ ମୋତେ ନୈତିକ ନିୟମ ଜଣାଅଛି । କିନ୍ତୁ ଅଭିଯୋଗ ଆଣିଥିବା ନେତା କଣ ପାଇଁ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା କୋରୋନା ଆକ୍ରାନ୍ତ ମନ୍ତ୍ରୀ, ବିଧାୟକଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିନାହାଁନ୍ତି’ ବୋଲି ପାଲଟା ଆକ୍ରମଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ।