ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସିବିଆଇକୁ ତଦନ୍ତ ପାଇଁ ଆମନ୍ତ୍ରିତ କରନ୍ତୁ ରାଜ୍ୟ ସରକାର । ମମିତା ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟରେ ହାଇଚଇ ସୃଷ୍ଟି ହୋଇଛି । ତେବେ ନ୍ୟାୟ ପାଇଁ ସମସ୍ତେ ଆଗକୁ ଆସୁଛନ୍ତି ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।
କ୍ରିୟା ହେଲେ ପ୍ରତିକ୍ରିୟା ଆସିବ: ସାଂସଦ ଅପରାଜିତା - ଅପରାଜିତା ଷଡଙ୍ଗୀ
ମମିତା ହତ୍ୟା ମାମଲାରେ ସିବିଆଇକୁ ଆମନ୍ତ୍ରିତ କରନ୍ତୁ ରାଜ୍ୟ ସରକାର । ମମିତା ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟରେ ହାଇଚଇ ସୃଷ୍ଟି ହୋଇଛି । ତେବେ ନ୍ୟାୟ ପାଇଁ ସମସ୍ତେ ଆଗକୁ ଆସୁଛନ୍ତି ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ଅଧିକ ପଢନ୍ତୁ...
![କ୍ରିୟା ହେଲେ ପ୍ରତିକ୍ରିୟା ଆସିବ: ସାଂସଦ ଅପରାଜିତା ଅପରାଜିତା ଷଡଙ୍ଗୀ](https://etvbharatimages.akamaized.net/etvbharat/prod-images/768-512-13504605-thumbnail-3x2-ff.jpg)
ଅପରାଜିତା ଷଡଙ୍ଗୀ
କ୍ରିୟା ହେଲେ ପ୍ରତିକ୍ରିୟା ଆସିବ: ସାଂସଦ ଅପରାଜିତା
ବର୍ତ୍ତମାନର ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଘୋଷଣାକୁ ନେଇ ଅପରାଜିତା କହିଛନ୍ତି ରାଜ୍ୟରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅପରାଧ ଏବଂ ବର୍ତ୍ତମାନ ମମିତା ମାମଲା କୁ ନେଇ ବିଜେଡି କରିବ କଣ? ବିଜେଡିକୁ କୌଣସି ନା କୌଣସି ପତିକ୍ରିୟା ଦେବାକୁ ପଡିବ। ବିଜେଡି ସଦସ୍ୟଙ୍କ ଠାରୁ ଉତ୍ତର ଚାହୁଁ ନାହୁଁ ଆମେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହୁଁଛୁ । ଗୋଟିଏ ପରିବାରରେ ଯଦି କୌଣସି ବିଶୃଙ୍ଖଳା ହେଉଛି କିମ୍ବା ତାଙ୍କ ଉପରେ ସନ୍ଦେହ କରାଯାଉଛି, ତେବେ ମୁଖିଆ ଉତ୍ତର ଦାୟିତ୍ବ ନେଇ ସାମ୍ନାକୁ ଆସି ସମସ୍ତଙ୍କ କଥା ବୁଝିବା ଆବଶ୍ୟକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ