ଓଡିଶା

odisha

ETV Bharat / city

Srimandir Heritage Project: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରି ଅପରାଜିତାଙ୍କ ଟ୍ୱିଟ୍ - ନିଷିଦ୍ଧାଞ୍ଚଳରେ କାମ ବନ୍ଦ ପାଇଁ ASI ନିର୍ଦ୍ଦେଶ ସତ୍ବେ କାମ କରୁଛନ୍ତି ସରକାର

ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ସାଂସଦ ଅପରାଜିତା । ଟ୍ବିଟ୍ ସହ ASIର ଚିଠି ଉପସ୍ଥାପନ କରିଛନ୍ତି ଅପରାଜିତା । ଚିଠି ଗତ ଫେବୃୟାରୀ ୫ ତାରିଖରୁ ଲେଖା ଯାଇଥିଲା କାର୍ଯ୍ୟ ବନ୍ଦ ହୋଇନଥିବା ଲେଖିଛନ୍ତି ଅପରାଜିତା । ଅଧିକ ପଢନ୍ତୁ

ସାଂସଦ ଅପରାଜିତା ଷଡଙ୍ଗୀ
ସାଂସଦ ଅପରାଜିତା ଷଡଙ୍ଗୀ

By

Published : Apr 4, 2022, 5:37 PM IST

ଭୁବନେଶ୍ବର: ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ପୁଣି ଥରେ ଘେରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ଟ୍ବିଟର ହ୍ୟାଣ୍ଡଲରେ ଏକ ଚିଠି ଟ୍ବିଟ କରି ଅପରାଜିତା କହିଛନ୍ତି ଏଏସଆଇ (Archaeological Survey of India ) ଦ୍ବାରା ଲେଖାଯାଇଥିବା ଚିଠିରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାରର କାମ ବନ୍ଦ ଲାଗି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏଏସଆଇ ଏହି ଚିଠି ଗତ ଫେବୃୟାରୀ 5 ତାରିଖରୁ ଲେଖିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ନିର୍ମାଣ କାମ ବନ୍ଦ କରିନାହାଁନ୍ତି । ଆମର ଆସ୍ଥା ଆମର ମନ୍ଦିରକୁ ସୁରକ୍ଷା କରିବାର ଏହା ସମୟ ନୁହେଁ କି ? ବୋଲି ଅପରାଜିତା କହିଛନ୍ତି ।

  • ଶ୍ରୀମନ୍ଦିର ୧୦୦ ମିଟର ଭିତରେ ନିର୍ମାଣ ପ୍ରସଙ୍ଗ
  • ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ସାଂସଦ ଅପରାଜିତା
  • ଟ୍ବିଟ୍ ସହ ASIର ଚିଠି ଉପସ୍ଥାପନ କରିଛନ୍ତି ଅପରାଜିତା
  • ଚିଠି ଗତ ଫେବୃୟାରୀ ୫ ତାରିଖରୁ ଲେଖା ଯାଇଥିଲା
  • କାର୍ଯ୍ୟ ବନ୍ଦ ହୋଇନଥିବା ଲେଖିଛନ୍ତି ଅପରାଜିତା

ଏହା ପୂର୍ବରୁ ଲୋକସଭାରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ଅପରାଜିତା କହିଥିଲେ, ପୁରୀ ଶ୍ରୀଜଗନ୍ନାଥ ଧାମ ହେଉଛି ଓଡିଶାବାସୀଙ୍କ ସହ କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର । ଶ୍ରୀଜଗନ୍ନାଥ ମନ୍ଦିର ମହାପ୍ରଭୁ ହେଉଛନ୍ତି ଆମର ଭାବାବେଗ । ହେଲେ ଏହି ମନ୍ଦିରର ସୁରକ୍ଷାକୁ ନେଇ ଏବେ ବିପଦ ଦେଖାଦେଇଛି । ବର୍ଷ 1958 ରେ ଲୋକସଭାରେ ପାରିତ ହୋଇଥିବା ଆମସାରକୁ ଉଲ୍ଲଙ୍ଘନ କରାଯାଉଛି । ଏହି ଆଇନରେ ବ୍ୟବସ୍ଥା ରହିଛି ଯେ କୌଣସି ଐତିହ୍ୟସ୍ଥଳରେ ୧୦୦ ମିଟର ହେଉଛି ନିଷିଦ୍ଧାଞ୍ଚଳ । ଏହାରି ମଧ୍ୟରେ କୌଣସି ପ୍ରକାର ନୂଆ ନିର୍ମାଣ, ସ୍ଥାୟୀ ନିର୍ମାଣ ‌ହୋଇପାରିବ ନାହିଁ। ଯଦି ୨୦୦ ମିଟରର ରେଗୁଲେଟେଡ ଏରିଆରେ ନିର୍ମାଣ ଆବଶ୍ୟକ ହୁଏ, ତେବେ ନ୍ୟାସନାଲ ମନ୍ୟୁମେଣ୍ଟର ଅନୁମତି ନେବାକୁ ଜରୁରୀ । ହେଲେ ଶ୍ରୀଜଗନ୍ନାଥ ମନ୍ଦିରରେ ନିୟମକୁ ଉଲ୍ଲଙ୍ଘନ କରି ନିର୍ମାଣ, ଖନନ ହେଉଛି । ଯାହା ଏବେ ମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା କହିଥିଲେ ଅପରାଜିତା ।

ଅନ୍ୟପଟେ ଲୋକସଭାରେ ଅପରାଜିତାଙ୍କ ଅଭିଯୋଗର ତୁରନ୍ତ ଜବାବ ଦେଇ ବିଜେଡି ପୁରୀ ସାଂସଦ ପୀନାକି ମିଶ୍ର କୌଣସି ଆଇନ ଉଲ୍ଲଙ୍ଘନ ହେଉନଥିବା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details