ଓଡିଶା

odisha

By

Published : Mar 16, 2021, 4:28 PM IST

ETV Bharat / city

ଜଟଣୀରେ ଇଏସଆଇ ହସ୍ପିଟାଲ, କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଜଟଣୀରେ ଇଏସଆଇସି ସୁପରସ୍ପେସିଆଲିଟି ହସପିଟାଲ ନିର୍ମାଣ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

mp aparajita sarangi meet union minister santosh gangwar for discussion of ESIC superspecialty hospital in bbsr
କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର:କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗାୱାରଙ୍କୁ ଆଜି ଭେଟିଛନ୍ତି ଭୁବନେଶ୍ବର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଜଟଣୀରେ ଏକ ଇଏସଆଇସି ସୁପରସ୍ପେସିଆଲିଟି ହସପିଟାଲ ନିର୍ମାଣ ପାଇଁ ଆଲୋଚନା କରିଛନ୍ତି ।

କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ଧାରୁଆରେ ଇଏସଆଇସି ସୁପରସ୍ପେସିଆଲିଟି ହସପିଟାଲ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଅପରାଜିତା ଷଡଙ୍ଗୀ । ଇଏସଆଇସି କର୍ମଚାରୀ ସଂଘ, ଓଡିଶା ପକ୍ଷରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜଟଣୀରେ ଇଏସଆଇସି ସୁପରସ୍ପେସିଆଲିଟି ହସପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ।

କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଏ ନେଇ ଆଜି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି ଅପରାଜିତା । ଏହି ହସପିଟାଲ ନିର୍ମାଣ ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିବା ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରୁ ଭବାନୀଶଙ୍କର ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details