ଭୁବନେଶ୍ବର:ସମାଧାନ ହେଲା ସମସ୍ୟା । ସ୍ମାର୍ଟସିଟିରେ ତ୍ବରାନ୍ବିତ ହେବ ଡ୍ରେନ । ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।
ଡ୍ରେନେଜର ସୁବ୍ୟବସ୍ଥା ପାଇଁ ରାଜନାଥଙ୍କୁ ଭେଟିଲେ ଅପରାଜିତା ଗତ ୧୫ ଫେବୃଆରୀ ୨୦୨୦ ରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ଆଗ୍ରହ କରିଥିଲେ l
ଉଲ୍ଲେଖଯୋଗ୍ୟ ଯେ ଏହି ଭୁବନେଶ୍ବର ଅଞ୍ଚଳ ସାମାନ୍ୟ ବର୍ଷାରେ ଜଳମଗ୍ନ ହେଉଥିବାରୁ ପ୍ରଭାବିତ ହେଉଥିବା ବହୁ ସଂଖ୍ୟାରେ ଜନସାଧାରଣ ସାଂସଦଙ୍କୁ ସମସ୍ୟା ସମାଧାନ ପାଇଁ ଜଣାଇଥିଲେ l ଏହି ଡ୍ରେନ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି l
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ