ଭୁବନେଶ୍ବର:ତୃତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରିପୋର୍ଟ କାର୍ଡକୁ ଉନ୍ମୋଚନ କରି ସାଂସଦ କହିଛନ୍ତି, ଏଇ ତିନି ବର୍ଷରେ 6ଟି ଦିଗରେ କାମ କରିବାର ପ୍ରୟାସ କରିଛି । ବିକାଶ କାର୍ଯ୍ୟ, ଜନସାଧାରଣଙ୍କ ଅଭିଯୋଗର ଶୁଣାଣି, ସମସ୍ତଙ୍କ ପାଖକୁ ପହଞ୍ଚିବା, ସଂସଦରେ ଭୁବନେଶ୍ୱର କଥା ଉପସ୍ଥାପନା, ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସକ୍ରିୟ ଅଂଶଗ୍ରହଣ କରିବା ଓ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ମତ ରଖିଛି । ବିଭିନ୍ନ ଦିଗରେ ନିଜର 100% ଦେଇଥିବା କହି ନିଜର କାମ ବଖାଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେଗୁଡିକ ହେଲା...
ତୃତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ 1. NHAI ଜରିଆରେ 6473 କୋଟି 62 ଲକ୍ଷ ଟଙ୍କାର 43ଟି ପ୍ରକଳ୍ପ କାମ ମୋ ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଛି । 10 flyover, 28ଟି ଅଣ୍ଡର ପାସ, 4ଟି foot over bridge, ଖୋର୍ଦ୍ଧା ବାଇପାସ ଓ ରିଙ୍ଗ ରୋଡ଼ ପ୍ରକଳ୍ପ କାମ ଚାଲିଛି ।2. ୱାର୍ଡ 4ରେ ଡ୍ରେନର ସମସ୍ୟା ଥିଲା । BMC ଓ NHAI ସହଯୋଗରେ 10 କୋଟି 20 ଲକ୍ଷ ଟଙ୍କାର 10 ବଡ଼ ଡ୍ରେନ କାମ ସରିଛି । 3. ସାଂସଦ ପାଣ୍ଠିରୁ 1000 ସୋଲାର ଲାଇଟ ଲଗାଯାଇଛି । 1143 ପ୍ରକଳ୍ପ ଲାଗି ସାଂସଦ ପାଣ୍ଠି ମଞ୍ଜୁର । 1036ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି । 4. ପାଇପ ପାଣି ଯୋଗାଣ: ଜଳ ଜୀବନ ମିଶନ ଅଧୀନରେ ସଂସଦୀୟ କ୍ଷେତ୍ରରେ 1380. 25 କୋଟି ଟଙ୍କା ବ୍ୟୟରେ 9ଟି ମେଗା ଜଳ ଯୋଗାଣ ପ୍ରକଳ୍ପ ଚାଲିଛି । ମୋ ସଂସଦୀୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ 220985ଟି ଘର ରହିଛି । 127123ଟି ଘରକୁ ପାଇପ ପାଣି ପହଞ୍ଚିଛି । 93862 ଘରକୁ ପହଞ୍ଚାଇବା ଲାଗି ପ୍ରୟାସ ଚାଲିଛି । 2024 ସୁଦ୍ଧା ସବୁ ଘରକୁ ପାଣି ପହଞ୍ଚିବ । 5. ମୋ ସଂସଦୀୟ କ୍ଷେତ୍ରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ 3909ଟି ପକ୍କା ଘର ମଞ୍ଜୁର ହୋଇଛି । 3574 ଘର ସମ୍ପୂର୍ଣ୍ଣ ହୋଇସାରିଛି । ଆଉ 10445ଟି ଘର ଲାଗି ଲୋକଙ୍କ ଠାରୁ ପ୍ରସ୍ତାବ ଆସିଛି । 6. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା: 50ଟି ପ୍ୟାକେଜରେ 311 କିଲୋମିଟର ରାସ୍ତା କାମ ଲାଗି 139.13 କୋଟି ଟଙ୍କା ଖର୍ଚ୍ଚ ହେବ । 7. ଜଳସେଚନ: 6ଟି ବ୍ଲକରେ 13ଟି MIP 6 କୋଟି 2 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । 8. ରଜୁଆରେ ଗୋଟିଏ ବୃହତ ଜଳସେଚନ ପ୍ରକଳ୍ପ ଲାଗି 170 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ଏହା ସମ୍ପୂର୍ଣ୍ଣ ହେଲେ 2666 ହେକ୍ଟର ଜମିରେ ଜଳ ସେଚନ ହୋଇପାରିବ । ସେଥିରୁ ଖୋର୍ଦ୍ଧା ଜିଲ୍ଲାର 17ଟି ଗାଁର 1116 ହେକ୍ଟର ଜମି ଉପକୃତ ହୋଇପାରିବ । 9. ବର୍ଷକରେ 6166 ଅଭିଯୋଗ ପଞ୍ଜିକୃତ ହୋଇଛି । ସେଥିରୁ 5545 ଅଭିଯୋଗର ସମାଧାନ କରାଯାଇଛି । 68% ଅଭିଯୋଗର ସକାରାତ୍ମକ ସମାଧାନ ହୋଇଛି । 10. ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ପାଣ୍ଠି(PMNRF) ସଂସଦୀୟ କ୍ଷେତ୍ରର 32 ଜଣଙ୍କ ଚିକିତ୍ସା ଲାଗି 83 ଲକ୍ଷ 24 ହଜାର 500 ଟଙ୍କାର ଯୋଗାଇ ଦିଆଯାଇପାରିଛି । 11. ରାଷ୍ଟ୍ରୀୟ ପ୍ରବକ୍ତା ହେବା ପରେ 653 ଆଲୋଚନାଚକ୍ରରେ ଭାଗ ନେଇଛି । 12. ସଂସଦରେ 26ଟି ତର୍କରେ ଭାଗ ନେଇ 124ଟି ସଂସଦୀୟ ପ୍ରଶ୍ନ ମାଧ୍ୟମରେ ସଂସଦୀୟ କ୍ଷେତ୍ରର ସମସ୍ୟା ସମାଧାନ ଲାଗି ଚେଷ୍ଟା କରିଛି । ସେ ଆହୁରି କହିଥିଲେ, ବିଭିନ୍ନ ମନ୍ତ୍ରଣାଳୟ 9ଟି ପ୍ରସଙ୍ଗ ପଡିରହିଛି । ଏହାସହ ଭୁବନଶ୍ୱରରେ କମ୍ପ୍ରେନ୍ସିଭ ଡ୍ରେନେଜ ମାଷ୍ଟର ପ୍ଲାନ ଆଣିବା ଦିଗରେ ମଧ୍ୟ କାମ କରିବି । ଆଗାମୀ ଦିନରେ ଯେଉଁସବୁ କରାଇବା ଲାଗି ପ୍ରୟାସ କରିବି, ସେଗୁଡ଼ିକ ହେଲା...
1. ବୋଲଗଡ଼ ପାସେଞ୍ଜର ହଲଟ ଓ ଲିଙ୍ଗରାଜ ପାସେଞ୍ଜର ହଲଟ ଉନ୍ନତିକରଣ ।
2. ଭୁବନେଶ୍ୱର ରେଲୱେ ଷ୍ଟେସନର ଆଧୁନିକୀକରଣ ।
3. ଚିଲିକା ହ୍ରଦର ଦଳ ସଫା କରି ଉନ୍ନତିକରଣ ।
4. ଅନ୍ଧାରୁଆରେ 150 ବେଡ଼ର ESIC ହସ୍ପିଟାଲ ଖୋଲିବାକୁ ପ୍ରୟାସ ।
5. ରାଜ୍ୟରେ 355ଟି ଜନଔଷଧି କେନ୍ଦ୍ର ଅଛି । 36ଟି ଭୁବନେଶ୍ୱରରେ ଅଛି । ଅଧିକ ଖୋଲିବାକୁ ପ୍ରୟାସ କରୁଛି ।
6. 3ଟି ଜନଜାତି (ଦୁରୁଆ, କନ୍ଧ କୁମ୍ଭାର ଓ ସୌର)କୁ ST ମାନ୍ୟତା ଦେବାକୁ ଉଦ୍ୟମ କରୁଛି ।
7. ଅନେକ ଦିନ ହେଲା ଚାଲି ଆସୁଥିବା ଜଟଣୀରେ ଫ୍ଲାଏ ଓଭର କାମ ଅକ୍ଟୋବର 31 ସୁଦ୍ଧା ସରିବ ।
8. ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ପ୍ରୟାସ ।
9. ଭୁବନେଶ୍ୱରରୁ ଜମ୍ମୁ ଓ ଶିରିଡ଼ିକୁ ସିଧାସଳଖ ବିମାନ ସେବା ଲାଗି ଉଦ୍ୟମ କରୁଛି ।
10. ଭୁବନେଶ୍ୱରର କମ୍ପ୍ରେନ୍ସିଭ ଡ୍ରେନେଜ ମାଷ୍ଟର ପ୍ଲାନ ଇତ୍ୟାଦି
ଇଟିଭି ଭାରତ, ଭୁବନେଶ୍ବର