ଭୁବନେଶ୍ବର:ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ ନ ମିଳିବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ବୁଧବାର ଟ୍ବିଟ କରି କ୍ଷୋଭ ଝାଡିଥିଲେ ସାଂସଦ ଅପରାଜିତା । ଆଉ ଆଜି (ଗୁରୁବାର) ପୁଣି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅପରାଜିତା । ନିମନ୍ତ୍ରଣ କରା ନ ଯିବା ଘଟଣାରେ ଶୀଘ୍ର ତଦନ୍ତ ନେଇ ଆଶାବାଦୀ ବୋଲି ଟ୍ବିଟ କରି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଟ୍ବିଟ କରି ସାଂସଦ କହିଛନ୍ତି ନିମନ୍ତ୍ରଣ କରା ନ ଯିବା ଘଟଣାର ଶୀଘ୍ର ତଦନ୍ତ ହେବା ନେଇ ଆଶାବାଦୀ । ଭୁବନେଶ୍ବରବାସୀ ଏନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିଛନ୍ତି । ଯଦି ସପ୍ତାହରେ ଭିତରେ ତଦନ୍ତ ନ ହୁଏ ପୁଣି ମନେ ପକାଇ ଦେବି ବୋଲି କହିଛନ୍ତି ଅପରାଜିତା । କାଲି ଏନେଇ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସାଂସଦ ।