ଓଡିଶା

odisha

ETV Bharat / city

ମିଶନ ଶକ୍ତି ମେଳାରେ ସାଂସଦ ଅନୁଭବ ମହାନ୍ତି - ମିଶନ ଶକ୍ତି ମେଳା-2019

ରାଜ୍ୟ ମିଶନ ଶକ୍ତି ମେଳାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ମହିଳାଙ୍କ ପ୍ରତିଭାର କରିଛନ୍ତି ଭୁରି ଭୁରି ପ୍ରଶଂସା।

anubhav mohanty in mission shakti fair, mission shakti fair-2019, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ମିଶନ ଶକ୍ତି ମେଳା-2019, ମିଶନ ଶକ୍ତି ମେଳାରେ ସାଂସଦ ଅନୁଭବ ମହାନ୍ତି
ମିଶନ ଶକ୍ତି ମେଳାରେ ସାଂସଦ ଅନୁଭବ ମହାନ୍ତି

By

Published : Dec 16, 2019, 6:51 AM IST

ଭୁବନେଶ୍ବର: ରାଜ୍ୟ ମିଶନ ଶକ୍ତି ମେଳାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ମହିଳାଙ୍କ ପ୍ରତିଭାର କରିଛନ୍ତି ଭୁରି ଭୁରି ପ୍ରଶଂସା। ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ନାରୀ ଭିତ୍ତିକ ମେଳା ‘ମିଶନ ଶକ୍ତି ମେଳା-2019’ ସଭିଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଯେଉଁଥିରେ ରବିବାର ଯୋଗ ଦେଇ ଅଂଶଗ୍ରହଣ କରିଥିବା ମହିଳାଙ୍କ ପ୍ରଶଂସା କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ମିଶନ ଶକ୍ତି ମେଳାରେ ସାଂସଦ ଅନୁଭବ ମହାନ୍ତି

ମେଳାରେ ପ୍ରାୟ 200 ମହିଳା ଭାଗ ନେଇ ନିଜ ନିଜ ହାତ ତିଆରି ଜିନିଷ ଲୋକଙ୍କ ଆଗରେ ବିକ୍ରି କରୁଛନ୍ତି। ତେବେ ରବିବାର ଏହି ମେଳାକୁ ବୁଲିବାକୁ ଆସିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ସେ କହିଥିଲେ କି ବଡ ବଡ ମଲକୁ ଯାଇ ସମସ୍ତେ ଜିନିଷ କିଣୁଛୁ ଆଉ ତାକୁ ବ୍ରାଣ୍ଡର ଆଖ୍ୟା ଦେଉଛୁ । ହେଲେ ଆମ ରାଜ୍ୟର ମହିଳାମାନେ ନିଜ ହାତରେ ଯେଉଁ ସବୁ ଜିନିଷପତ୍ର ତିଆରି କରି ଏଠାରେ ବିକ୍ରି କରୁଛନ୍ତି ତାହା କୌଣସି ବ୍ରାଣ୍ଡଠାରୁ କମ ନୁହେଁ। ପ୍ରକାଶ ଯେ ଗତ 5 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ସୋମବାର ଶେଷ ହେବାକୁ ଯାଉଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details