ଓଡିଶା

odisha

ETV Bharat / city

Kendriya Vidyalaya: MP ଓ ଜିଲ୍ଲାପାଳଙ୍କ କୋଟାରେ ଆଡମିଶନ ବନ୍ଦ, ଅନେକ ପିଲା ପାଇବେ ସୁଯୋଗ - kendriya vidyalay update news

ଏଣିକି KVରେ ସ୍ଥଗିତ ହେଲା ସାଂସଦ କୋଟା । କେନ୍ଦ୍ରୀୟ ବିଦ୍ୟାଳୟରେ କୋଟା ବଳରେ ନାମଲେଖା ସୁବିଧାକୁ ସ୍ଥଗିତ ରଖିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ । ସାଂସଦ ଓ ଜିଲ୍ଲାପାଳଙ୍କ କୋଟାରେ ନାମଲେଖା ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

ସାଂସଦ ଓ ଜିଲ୍ଲାପାଳଙ୍କ କୋଟା ବଳରେ ପିଲାଙ୍କ ଆଡମିଶନ ଉପରେ ରୋକ
ସାଂସଦ ଓ ଜିଲ୍ଲାପାଳଙ୍କ କୋଟା ବଳରେ ପିଲାଙ୍କ ଆଡମିଶନ ଉପରେ ରୋକ

By

Published : Apr 15, 2022, 6:37 PM IST

ଭୁବନେଶ୍ବର: ଏଣିକି KVରେ (Kendriya Vidyalaya) ସ୍ଥଗିତ ହେଲା ସାଂସଦ କୋଟା । କେନ୍ଦ୍ରୀୟ ବିଦ୍ୟାଳୟରେ କୋଟା ବଳରେ ନାମଲେଖା ସୁବିଧାକୁ ସ୍ଥଗିତ ରଖିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ । ସାଂସଦ ଓ ଜିଲ୍ଲାପାଳଙ୍କ କୋଟାରେ ନାମଲେଖା ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କୋଟାରେ ନାମଲେଖା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଅନ୍ୟ ସମସ୍ତ କୋଟା ଯେପରି କେନ୍ଦ୍ର ସରକାରଙ୍କ କର୍ମଚାରୀ, କେଭିରେ କାର୍ଯ୍ୟରତ ଅଭିଭାବକଙ୍କ କୋଟା ପୂର୍ବ ଭଳି ଜାରି ରହିବ। କେନ୍ଦ୍ର ବିଦ୍ୟାଳୟରେ ପ୍ରଥମରୁ ନବମ ଶ୍ରେଣୀ ପାଇଁ ପ୍ରତିବର୍ଷ ଜଣେ ସାଂସଦ 10 ଜଣ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପାଇଁ ସୁପାରିଶ କରିପାରୁଥିଲେ । ହେଲେ ଚଳିତ ବର୍ଷରୁ ଏହି ନିୟମ ଉପରେ କଟକଣା ଲଗାଯାଇଛି।

ସାଂସଦ ଓ ଜିଲ୍ଲାପାଳଙ୍କ କୋଟା ବଳରେ ପିଲାଙ୍କ ଆଡମିଶନ ଉପରେ ରୋକ

ଏପଟେ ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି ଯେ, କେଭି ନାମଲେଖାରେ ସାଂସଦଙ୍କ ପାଇଁ ଯେଉଁ କୋଟା ରହିଥିଲା ତାହାର କୌଣସି ଆଧାର ନଥିଲା। ତବେ ଏହାକୁ ନେଇ ଯେଉଁ କୋଟା ଉପରେ ରୋକ ଲାଗିଛି ତାହା ସ୍ବାଗତଯୋଗ୍ୟ ପଦକ୍ଷପ ଅଟେ । କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସମସ୍ତ ପିଲା ଆଗ୍ରହୀ ଅଟନ୍ତି। ତେବେ ଯେଉଁମାନଙ୍କର ଅଭିଭାବକ ସେହି କେନ୍ଦ୍ରୀୟ ବିଦ୍ୟାଳୟରେ ନାହାନ୍ତି ସେମାନଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିବ । ଏଥିପାଇଁ ଅନଲାଇନର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ଶିକ୍ଷାବିତ ।

ଏପଟେ ଅଭିଭାବକ କହିଛନ୍ତି ଯେ, ଏହା ଏକ ଭଲ ନିଷ୍ପତ୍ତି ହୋଇଥିବା ବେଳେ ଏହା ସ୍ବାଗତଯୋଗ୍ୟ ପଦକ୍ଷପ । ଏହି କୋଟା ସିଟ ଗୁଡିକରେ ଅନେକ ପିଲା ନାମ ଲେଖାଇବାର ସୁଯୋଗ ପାଇବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details