ଓଡିଶା

odisha

ETV Bharat / city

ରାଜ୍ୟ ସରକାର-BPCL ଚୁକ୍ତି ସ୍ଵାକ୍ଷର; ସବୁଜ ଶକ୍ତି ଓ ହାଇଡ୍ରୋଜନ ପ୍ଲାଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ

ଓଡ଼ିଶାରେ ରହିଛି ଇଥାନଲ, ସୌର ଶକ୍ତି ଏବଂ ହାଇଡ୍ରୋଜେନରୁ ସବୁଜ ଶକ୍ତି ଉତ୍ପାଦନର ବିପୁଳ ସମ୍ଭାବନା । ସବୁଜ ଶକ୍ତି ପ୍ରକଳ୍ପଗୁଡିକୁ ବିକଶିତ କରାଇବା ଦିଗରେ ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ଯୋଗାଇ ଦେବେ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟ ସରକାର, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (BPCL) ସହ ଚୁକ୍ତିନାମା ସ୍ଵାକ୍ଷର । ଅଧିକ ପଢନ୍ତୁ

By

Published : Apr 12, 2022, 10:08 AM IST

Updated : Apr 12, 2022, 12:10 PM IST

ରାଜ୍ୟ ସରକାର-BPCL ଚୁକ୍ତି ସ୍ଵାକ୍ଷର; ସବୁଜ ଶକ୍ତି ଓ ହାଇଡ୍ରୋଜନ ପ୍ଲାଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ
ରାଜ୍ୟ ସରକାର-BPCL ଚୁକ୍ତି ସ୍ଵାକ୍ଷର; ସବୁଜ ଶକ୍ତି ଓ ହାଇଡ୍ରୋଜନ ପ୍ଲାଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ

ଭୁବନେଶ୍ବର:ସବୁଜ ଶକ୍ତି ଏବଂ ହାଇଡ୍ରୋଜେନ ପ୍ଳାଣ୍ଟ ସ୍ଥାପନା ଦିଗରେ ରହିଥିବା ସମ୍ଭାବନାକୁ ପରଖିବା ଲାଗି ରାଜ୍ୟ ସରକାର, ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (BPCL) ସହ ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି । ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ ଇନଭେଷ୍ଟମେଣ୍ଟ କର୍ପୋରେଶନ (ଇପିକଲ୍ ) ଏମ୍‌ଡି ଭୁପେନ୍ଦ୍ର ସିଂ ପୁନିଆ ଏବଂ ବିପିସିଏଲ୍ ଅଣ ପାରମ୍ପରିକ ଶକ୍ତି ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମିତ ଗର୍ଗଙ୍କ ମଧ୍ୟରେ ଲୋକସେବା ଭବନରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ରାଜ୍ୟ ସରକାର-BPCL ଚୁକ୍ତି ସ୍ଵାକ୍ଷର; ସବୁଜ ଶକ୍ତି ଓ ହାଇଡ୍ରୋଜନ ପ୍ଲାଣ୍ଟ ପ୍ରତିଷ୍ଠା ଲକ୍ଷ୍ୟ

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ବିପିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁଣ କୁମାର ସିଂ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଜେନା କହିଛନ୍ତି ଯେ, ସବୁଜ ଶକ୍ତି ଉତ୍ପାଦନ ଲାଗି ବିପିସିଏଲ୍‌ ରାଜ୍ୟ ସରକାରଙ୍କ ସହ ଚୁକ୍ତିରେ ସାମିଲ ହୋଇଥିବାରୁ ଭବିଷ୍ୟତ ଲାଗି ଏହା ବେଶ ଗୁରୁତ୍ଵ ବହନ କରୁଛି । ଧାତବ ଏବଂ ପେଟ୍ରୋକେମିକାଲ କ୍ଷେତ୍ର ନିବେଶରେ ଓଡ଼ିଶା ଅଗ୍ରଣୀ ରହିଆସିଛି । ଅଙ୍ଗାରକାମ୍ଳ ବାଷ୍ପକୁ କମ କରିବା ଲାଗି ସବୁଜ ଶକ୍ତିର ଉତ୍ପାଦନ ଓ ବ୍ୟବହାର କରାଯାଇପାରିବ ।

ବିପିସିଏଲ୍‌ ଅଧ୍ୟକ୍ଷ ଅରୁଣ ସିଂ କହିଛନ୍ତି ଯେ, ଏଭଳି ଏକ ଅଭିନବ ପ୍ରକଳ୍ପ ଲାଗି ଓଡ଼ିଶାକୁ ଚୟନ କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସୌର ଶକ୍ତି ଏବଂ ଇଥାନଲ ଭଳି ସବୁଜ ଶକ୍ତି ଉତ୍ପାଦନ କରିବା ଲାଗି ବିଶେଷ ସମ୍ଭାବନା ରହିଛି । ଏ ଦିଗରେ ଓଡ଼ିଶା ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଥିବାରୁ ଅତ୍ୟନ୍ତ ଖୁସି, ପ୍ରସ୍ତାବିତ ପ୍ରକଳ୍ପ ଠିକ୍ ସମୟରେ ସାରିବାକୁ ସେ ଆଶାବାଦୀ ଥିବା କହିଛନ୍ତି ।

ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଘରୋଇ ବ୍ୟବହାର ଏବଂ ରପ୍ତାନି ଲାଗି ଗ୍ରୀନ ଏନର୍ଜି ହାଇଡ୍ରୋଜେନ ପ୍ଳାଣ୍ଟ ପ୍ରତିଷ୍ଠା ଦିଗରେ ରହିଥିବା ବିଭିନ୍ନ ସମ୍ଭାବନାକୁ ରାଜ୍ୟ ସରକାର ଏବଂ ବିପିସିଏଲ୍ ବିଚାର କରିବାର ପ୍ରସ୍ତାବ ରହିଛି । ଏହାବାଦ ପ୍ରସ୍ତାବିତ ଭିତ୍ତିଭୂମି ଏବଂ ସୂଚନାର ଆଦାନ ପ୍ରଦାନ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯିବ । ଏହା ଦ୍ୱାରା ଗ୍ରୀନ ହାଉସ ବାଷ୍ପ ନିର୍ଗମନକୁ କମାଇବାକୁ ଯୋଜନା ରଖାଯାଇଛି । ରାଜ୍ୟର ଶିଳ୍ପଗୁଡିକ ମଧ୍ୟ ଏହା ଦ୍ଵାରା ପାରମ୍ପରିକ ଇନ୍ଧନ ଉପରେ ରହିଥିବା ନିର୍ଭରତା କମାଇବା ଦିଗରେ ସହାୟକ ହେବ ।

ଦକ୍ଷତା ଏବଂ ଟେକ୍ନୋଲୋଜି ଦ୍ଵାରା ସବୁଜ ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ରହିବାକୁ କମ୍ପାନିର ଯୋଜନା ରହିଛି । ୨୦୪୦ ସୁଦ୍ଧା ସୌର ଶକ୍ତି , ପବନ ଶକ୍ତି , କ୍ଷୁଦ୍ର ଜଳ ଶକ୍ତି ୟୁନିଟ ଏବଂ ବାୟୋମାସ ଭଳି କ୍ଷେତ୍ରରୁ ୧୦ ଗିଗାୱାଟ କ୍ଷମତା ବିଶିଷ୍ଟ ସବୁଜ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । କାର୍ଯ୍ୟକ୍ରମରେ ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରି ଧଳ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ ବିପିସିଏଲ୍ ରିଟେଲ ମୁଖ୍ୟ ଦେବାଶିଷ ନାଏକ ଏବଂ ବିପିସିଏଲ୍ ରାଜ୍ୟ ମୁଖ୍ୟ ପ୍ରିୟଦର୍ଶୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 12, 2022, 12:10 PM IST

ABOUT THE AUTHOR

...view details