ଓଡିଶା

odisha

ଖୋଲିବ 2ଟି ଡାଇଗ୍ନୋଷ୍ଟିକ ସେଣ୍ଟର, SRL-ବେଦାନ୍ତ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ

By

Published : Oct 25, 2019, 9:37 PM IST

ଏସଆରଏଲ ଡାଇଗ୍ନୋଷ୍ଟିକ ଓ ବେଦାନ୍ତ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ । ରାଜ୍ୟ ଲୋକସେବା ଭବନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଅଧିକ ପଢନ୍ତୁ...

ଏସଆରଏଲ ଡାଇଗ୍ନୋଷ୍ଟିକ ଓ ବେଦାନ୍ତ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ଏସଆରଏଲ ଡାଇଗ୍ନୋଷ୍ଟିକ ଓ ବେଦାନ୍ତ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ | ଝାରସୁଗୁଡା ଓ ଲାଇକେରାରେ ଏସଆରଏଲ ଖୋଲିବ ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟର | ଏଥିରେ ପାଥୋଲୋଜି ଓ ରେଡିଓଲୋଜି ପରୀକ୍ଷାର ସୁବିଧା ଲୋକମାନେ ପାଇପାରିବେ |

ଏସଆରଏଲ ଡାଇଗ୍ନୋଷ୍ଟିକ ଓ ବେଦାନ୍ତ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ରାଜ୍ୟ ସରକାର ଏଥିଲାଗି ଜମି ଯୋଗାଇବେ | ବେଦାନ୍ତ ତାର ସିଏସଆର କାର୍ଯ୍ୟକ୍ରମରେ ପାଣ୍ଠି ଯୋଗାଇବ | ବିପିଏଲ କାର୍ଡଧାରୀଙ୍କୁ ମାଗଣା ଓ ଅନ୍ୟମାନେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଯୋଜନା ଅନୁଯାୟୀ ଧାର୍ଯ୍ୟ ଟଙ୍କା ଦେଇ ପରୀକ୍ଷା କରିପାରିବେ |

ରାଜ୍ୟ ଲୋକସେବା ଭବନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି | ଏହି ଅବସରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସ କହିଛନ୍ତି ଯେ ,ଏହା ସ୍ଥାନୀୟ ଅଞ୍ଚଳର ଗରିବ ଲୋକଙ୍କୁ ସହାୟକ ହେବ । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟ ଶେଷ ହେବାକୁ ଗୋଟିଏ ବର୍ଷ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details