ଓଡିଶା

odisha

ETV Bharat / city

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଇ-ପଞ୍ଜିକରଣ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ - ରାଜ୍ୟ ସରକାର ଓ ସି ଡାକ୍ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଇ-ପଞ୍ଜିକରଣ ପାଇଁ ରାଜ୍ୟ ସରକାର ଓ ସି-ଡାକ୍ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ । ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡଃ ବିଜୟ କୁମାର ମହାପାତ୍ର ଏବଂ ସି-ଡାକ ପକ୍ଷରୁ ରାଜୀବ ଯାଦବ କଲେ ସ୍ବାକ୍ଷର । ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ସାଧାରଣ ଲୋକ ପାଇବେ ସ୍ବାସ୍ଥ୍ୟସେବା । ଅଧିକ ପଢ଼ନ୍ତୁ

ସ୍ୱାସ୍ଥ୍ୟସେବାରେ ଇ-ପଞ୍ଜିକରଣ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ
ସ୍ୱାସ୍ଥ୍ୟସେବାରେ ଇ-ପଞ୍ଜିକରଣ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ

By

Published : Jun 11, 2022, 9:23 AM IST

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଇ-ପଞ୍ଜିକରଣ ପାଇଁ ରାଜ୍ୟ ସରକାର ଓ ସି-ଡ଼ାକ୍ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ । ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ରାଜକୁମାର ଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ଵାକ୍ଷର ହୋଇଛି । ଏହା ଦ୍ଵାରା ରାଜ୍ୟର ଜନସାଧାରଣ ସ୍ଵାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଉପକୃତ ହୋଇପାରିବେ । ଏହା ମାଧ୍ୟମରେ ଅନଲାଇନ ରେଜିଷ୍ଟ୍ରେସନ୍ ସହ ଓପିଡି ପାଇଁ ରେଜିଷ୍ଟ୍ରେସନ୍ କରାଯାଇପାରିବ । ସାଧାରଣ ଲୋକ ଆଉ ଧାଡିରେ ଠିଆ ନହୋଇ ଘରେ ବସି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଡାକ୍ତରଙ୍କଠାରୁ ଆପୋଏଣ୍ଟମେଣ୍ଟ ନେଇପାରିବେ । ସି-ଡାକ୍ ପକ୍ଷରୁ ସଫ୍ଟଓୟାର ଯୋଗାଇ ଦିଆଯିବାବେଳେ ଓକାକ୍ ପକ୍ଷରୁ ହାଡଓୟାର ବ୍ୟବସ୍ଥା କରାଯିବ ।

ରାଜ୍ୟରେ ଜନସେବା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ତଥା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଏକ ସ୍ଵୀକୃତିପ୍ରାପ୍ତ ସଂସ୍ଥା ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସ କମ୍ପ୍ୟୁଟିଙ୍ଗ୍(C-DAC) ସହ ରାଜ୍ୟ ସରକାରଙ୍କର ଏକ ଚୁକ୍ତି ହୋଇଥିଲା । ଏହାର ଫଳସ୍ବରୂପ ପ୍ରଥମ ପର୍ଯ୍ୟାୟରେ ଏସସିବି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆଚାର୍ଯ୍ୟ ହରିହର ମେଡିକାଲ କଲେଜ ଓ ସର୍ଦାର ବଲ୍ଲବ ଭାଇ ପଟେଲ ଶିଶୁ ରୋଗୀ ପ୍ରତିଷ୍ଠାନରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହାକୁ ଆରମ୍ଭ କରାଯାଇଥିଲା । ଏହାର ସଫଳ ରୂପାୟନ ପରେ ରାଜ୍ୟର ୩୧ ଡିଏଚ୍ଏଚଏସ୍, ୧୧ଟି ଏମ୍‌ସିଏଚ୍ଏସ୍ ଓ ୧୦୬ ୟୁପିଏନଏଚସିଏସରେ ଏହାକୁ ଲାଗୁ କରାଯିବ ।

ଏଥିପାଇଁ ରାଜ୍ୟ ସରକାର ଓ ସି-ଡାକ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡଃ ବିଜୟ କୁମାର ମହାପାତ୍ର ଏବଂ ସି-ଡାକ ପକ୍ଷରୁ ରାଜୀବ ଯାଦବ ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ସାମିନୀ ଷଡ଼ଙ୍ଗୀ, ସ୍ଵତନ୍ତ୍ର ସଚିବ ଡଃ ଅଜିତ କୁମାର ମହାନ୍ତି, ଜିଡିଏମଇଟି ଡଃ ରମାରମଣ ମହାନ୍ତି ଏବଂ ଓକାକ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details