ଓଡିଶା

odisha

କ୍ୟାପିଟାଲ ହସ୍ପିଟାଲରେ 3 ନୂଆ ଓଟି, ବିମାନବନ୍ଦର ସହ ଚୁକ୍ତି ସ୍ବାକ୍ଷରିତ

By

Published : Oct 18, 2019, 10:21 PM IST

ନୂଆ ମଡେଲ ଓଟି ଓ ଜେନେରାଲ ଅପରେସନ ଥିଏଟର ଓ ନିଆଳିରେ ସିଏଚସିର ପ୍ରଶସ୍ତିକରଣ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର ସହ ଚୁକ୍ତି ସ୍ବାକ୍ଷର କରିଛି ସ୍ବାସ୍ଥ୍ୟ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କ୍ୟାପିଟାଲ ହସପିଟାଲରେ ନୂତନ ଭାବେ ତିଆରି ହେବ 2ଟି ମଡେଲ ଓଟି ଓ ଜେନେରାଲ ଅପରେସନ ଥିଏଟର । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର ସହ ଚୁକ୍ତି ସ୍ବାକ୍ଷର କରିଛି ସ୍ବାସ୍ଥ୍ୟ ବିଭାଗ । ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବ 4.74 କୋଟି ଟଙ୍କା ।

ଏହାସହ କଟକରେ ମାର୍ଟନିଟି ୱାର୍ଡ ଓ ନିଆଳିରେ ସିଏଚସିର ପ୍ରଶସ୍ତିକରଣ କରାଯିବା ନେଇ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏଥିପାଇଁ 6.74 କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ଅର୍ଥ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଓ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦର କର୍ପୋରେଟ୍ ସୋସିଆଲ ରେସପନ୍ସବିଲିଟି ଫଣ୍ଡରୁ ଅର୍ଥ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି ।

ଏହି ଅବସରରେ ସ୍ଵାସ୍ଥ୍ୟ ସଚିବ ପ୍ରମୋଦ ମେହେରଦା ଓ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ହୋତା ଓ ଏୟାରପୋର୍ଟ ଅଥରଟି ଇଣ୍ଡିଆର ଅଧିକାରୀ ସମେତ କ୍ୟାପିଟାଲ ହସପିଟାଲର ସିଡିଏମଓ ଓ କଟକ ସିଡିଏମଓ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details