ଭୁବନେଶ୍ବର: କୁହାଯାଏ, ଦୁନିଆରେ ସବୁଠୁ ବଡ ଯୋଦ୍ଧା ହେଉଛି ମାଆ । ତେବେ ତାହା ମଣିଷ ହେଉକି ପଶୁ । ଜଣେ ମାଆ ପାଇଁ ତା ଛୁଆ ସମାନ ଭାବେ ଗୁରୁତ୍ବ ରଖେ। ଛୁଆର ଖୁସିରେ ମାଆ ନିଜକୁ ଖୁସି କରିଥାଏ । ନିଜ ଛୁଆ ମୁହଁରେ ହସ ଫୁଟାଇବା ପାଇଁ ମାଆଟିଏ ସବୁକିଛି କରିପାରେ । କିନ୍ତୁ ସେହି ଅଲିଅଳି ଛୁଆ ଯଦି ମାଆ ଆଖି ଆଗରୁ ହଜିଯାଏ । କି ଛୁଆର ଜୀବନ ଚାଲିଯାଏ, ତେବେ କେମିତି ପରିସ୍ଥିତି ହୁଏ ସେ ମାଆର ।
ମା'ର ମମତା; କ୍ଷତାକ୍ତ ଛୁଆକୁ କୋଳେଇ ଧରିଲା ମା ମାଙ୍କଡ ଆମେ କହୁଛୁ ଜଣେ ମା ମାଙ୍କଡ କଥା । ନିଜର କ୍ଷତାକ୍ତ ଛୁଆକୁ ଦେଖି ମାଆ ମାଙ୍କଡ ଯେମିତି ପାଗଳପ୍ରାୟ ହୋଇଯାଇଥିଲା । ଚିକିତ୍ସା ପାଇଁ ନିଆଯିବା ପରେ ଛୁଆକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ମାଆ ମାଙ୍କଡ । ବିକଳ ହୋଇ ନିଜ ଛୁଆକୁ ଚାରିଆଡେ ଖୋଜି ବୁଲିଥିଲା । କେତେବେଳେ ବନ୍ଦ ଦୋକାନ ତଳେ ଥିବା ଫାଙ୍କରେ ଖୋଜୁଥିଲା । ତ ଆଉ କେତେବେଳେ ଲୁହା ଖମ୍ବ ଉପରେ ଚଢ଼ି ଚାରିଆଡ଼କୁ ଖୋଜୁଥିଲା । ଯେମିତି ନିଜ ଛୁଆକୁ ଡାକ ପକାଉଥିଲା । କାଳେ ତା’ ଛୁଆକୁ କିଏ ଲୁଚେଇ ରଖିଛି ।
ମା'ର ମମତା; କ୍ଷତାକ୍ତ ଛୁଆକୁ କୋଳେଇ ଧରିଲା ମା ମାଙ୍କଡ ଏହି ଦୃଶ୍ୟ ଏତେ ଦୁଃଖଦ ଥିଲା ଯେ ବାଟରେ ଯାଉଥିବା ପ୍ରତ୍ୟେକ ପଥଚାରୀ ଗାଡ଼ି ଅଟକାଇ କିଛି କ୍ଷଣ ପାଇଁ ତାକୁ ଦେଖୁଥିଲେ । ସମସ୍ତଙ୍କ ପାଟିରୁ ଆହା ପଦେ ବାହାରି ପଡୁଥିଲା । କିନ୍ତୁ ଶେଷରେ ମା ମାଙ୍କଡ ନିଜ ଛୁଆକୁ ଖୋଜି ଖୋଜି ନୟାନ୍ତ ହୋଇଥିଲେ ସୁଦ୍ଧା ଛୁଆକୁ ଫେରିପାଇନଥିଲା । ଗୋଟିଏ ପଟେ ଅନେକ ଚେଷ୍ଟା ପରେ ବି କିଛି ଯୁବଗୋଷ୍ଠୀ ଛୁଆ ମାଙ୍କଡକୁ ବଞ୍ଚାଇବାରେ ଅକ୍ଷମ ହୋଇଥିଲେ । ସେପଟେ ଛୁଆ ମାଙ୍କଡର ମୃତ୍ୟୁକୁ ନେଇ ମା ମାଙ୍କଡ ଅଜ୍ଞ ଥିଲା ।
ମା'ର ମମତା; କ୍ଷତାକ୍ତ ଛୁଆକୁ କୋଳେଇ ଧରିଲା ମା ମାଙ୍କଡ ଐତିହ୍ୟ ଖଣ୍ଡଗିରି ପାହାଡ଼ ପାଖରେ ଆଜି ପୂର୍ବାହ୍ନରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଦିନ ପ୍ରାୟ ୧୧ଟା ୩୦ ମିନିଟରେ କିଛି ମାଙ୍କଡ଼ ଗଛ ଡାଳରେ ବସିଥିଲେ । ଏ ଡାଳରୁ ସେ ଡାଳକୁ ଡେଇଁ ଖେଳୁଥିଲେ । ଏମିତି ଖେଳିବା ଭିତରେ ଗୋଟିଏ ମା’ ମାଙ୍କଡ଼ କୋଳରୁ ତା’ ଛୁଆ ହଠାତ ଖସିପଡି ସିଧା ଯାଇ ଲୁହା ଗ୍ରିଲ୍ର କଣ୍ଟା ମୁନରେ ପଡ଼ିଥିଲା । ଫଳରେ ଛୁଆ ମାଙ୍କଡ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା ।
ମା'ର ମମତା; କ୍ଷତାକ୍ତ ଛୁଆକୁ କୋଳେଇ ଧରିଲା ମା ମାଙ୍କଡ ଏହା ଦେଖି ମା’ ମାଙ୍କଡ଼ ଛୁଆକୁ ସଙ୍ଗେ ସଙ୍ଗେ ତା’ କୋଳକୁ ନେଇଥିଲା । ଛୁଆର କ୍ଷତକୁ ଦେଖି ମାଆ ମାଙ୍କଡ ଚିନ୍ତାରେ ପଡ଼ିଥିଲା । ମା’ ମାଙ୍କଡ଼ ତା’ କ୍ଷତାକ୍ତ ଛୁଆକୁ ରକ୍ଷା କରିବା ପାଇଁ ଏ ମୁଣ୍ଡରୁ ସେ ମୁଣ୍ଡ ଦୌଡ଼ି ଦୌଡ଼ି ଲୋକଙ୍କୁ ଯେମିତି ଆକୁତିମିନତି ହେବା ପରି ଲାଗିଲା । ତେବେ ସେହି ସମୟରେ କିଛି ସ୍ଥାନୀୟ ଯୁବକ ଏହି ଦୃଶ୍ୟ ଦେଖି ଛୁଆ ମାଙ୍କଡ଼କୁ ମା’ ପାଖରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତର ପାଖକୁ ନେବାକୁ ଚାହୁଁଥିଲେ । ମାତ୍ର ମା’ ମାଙ୍କଡ଼ କ୍ରୋଧରେ ଜର୍ଜରିତ ହୋଇ ତା’ ଛୁଆକୁ ହାତ ମାରିବାକୁ ମଧ୍ୟ ଦେଇନଥିଲା । ଶେଷରେ ଖବର ପାଇ ପାତ୍ରପଡ଼ା ଉପବନଖଣ୍ଡ କର୍ମଚାରୀ ଛୁଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ । ହେଲେ ଅଧାବାଟରେ ଛୁଆ ମାଙ୍କଡ ଜୀବନ ହାରିଥିଲା ।ତେବେ ଗୁରୁତର ଭାବେ ଆହତ ଛୁଆ ମାଙ୍କଡ଼କୁ ବଞ୍ଚାଇବା ପାଇଁ ଶତ ଉଦ୍ୟମ କରି ବିଫଳ ହେବା ପରେ ପରମ୍ପରା ଅନୁଯାୟୀ ତାକୁ ପୂଜାର୍ଚ୍ଚନା କରି ଯୁବକମାନେ ସତ୍କାର କରିଛନ୍ତି । ଆଜିର ସମାଜ ଯୁବକଙ୍କୁ ମୋବାଇଲ୍ ମନସ୍କ ଓ ଦାୟିତ୍ବହୀନତାର ଆଖ୍ୟା ଦେଉଥିବା ବେଳେ ଏହାକୁ ତ ଭୁଲ୍ ପ୍ରମାଣିତ କରିଛନ୍ତି ଯୁବଗୋଷ୍ଠୀ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ