ଭୁବେନଶ୍ବର: "ଇଞ୍ଜିନିୟରିଂ ଶିକ୍ଷା କେବଳ ଡିଗ୍ରୀ ପ୍ରଦାନରେ ସୀମିତ ରହିବା ଉଚିତ୍ ନୁହେଁ । ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷାର ଆମ ଯୁବପିଢ଼ିଙ୍କୁ ସଶକ୍ତ କରିବ।" ୩୬ତମ ଇଣ୍ଡିଆନ୍ ଇଞ୍ଜିନିୟରିଂ କଂଗ୍ରେସରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ଶତାବ୍ଦୀ ଶତାବ୍ଦୀ କାଳରୁ ଅବସ୍ଥାପିତ ଶ୍ରୀଜଗନ୍ନାଥ ମନ୍ଦିର, ବାବା ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ପୃଷ୍ଠଭୂମିର ଏକ ନିଚ୍ଛକ ପ୍ରମାଣ ।
ଇଞ୍ଜିନିୟରିଂ ଶିକ୍ଷାରେ ମାତୃଭାଷାର ଅଧିକ ଗୁରୁତ୍ବ ରହିଛି: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦେଶର ଜଣେ ସାଧାରଣ ନାଗରିକ ବି ଇଞ୍ଜିନିୟର । ଅତୀତରେ ଆମ ଭୂଖଣ୍ଡ ବୈଷୟିକ ଜ୍ଞାନକୌଶଳରେ ବିଶ୍ବରେ ଆଦୃତ ଥିଲା । ପୂର୍ବରୁ ଗଭୀର ସମୁଦ୍ରରେ ବିଶାଳ ବୋଇତ ଚାଳନା, ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ହିମାଳୟରେ ପ୍ରତିଷ୍ଠିତ ମନ୍ଦିର ଭଳି କାରୁକାର୍ଯ୍ୟ ବିଶାଳ ନିର୍ମାଣକଳା ବୈଜ୍ଞାନିକ ଇଞ୍ଜିନିୟରିଂ ପୃଷ୍ଠଭୂମିର ପ୍ରମାଣ ଦିଏ । ଯାହା ବୈଷୟିକ ଶିକ୍ଷା ବା ଇଞ୍ଜିନିୟରିଂ ଦକ୍ଷତାକୁ ପ୍ରତିପାଦିତ କରୁଛି । ଏସବୁ ଅନୁମାନ କଲେ ଆମର ପ୍ରାଚୀନ ସଭ୍ୟତାରେ ଗଠନମୂଳଳ ଇଞ୍ଜିନିୟରିଂ, ୱାଟର ମ୍ୟାନେଲଫେଟ, ସାମୁଦ୍ରିକ ଇଞ୍ଜିନିୟରିଂ ଇତ୍ୟାଦିର ବୈଜ୍ଞାନିକ ପ୍ରମାଣ ଦେଉଛି ।
ଦେଶରେ ପ୍ରଥମ ଥର ପାଇଁ ଉତ୍ପାଦନ ହୋଇଥିବା ଧାନ ଏବଂ ଧାନ ଚାଷ କରିବା ପାଇଁ ଯେଉଁ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ହୋଇଥିଲା, ତାହା ମଧ୍ୟ ଇଞ୍ଜିନିୟରିଂର ଏକ ବ୍ୟବହାରିକ ରୂପ ।
ଦେଶରେ ନବସୃଜନ ଏବଂ ଆର୍ଥିକ ବିକାଶ ତଥା ଆତ୍ମନିର୍ଭର ଭାରତ ଗଠନରେ ଇଞ୍ଜିନିୟରଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଷ୍ଟାର୍ଟଅପକୁ ଅଧିକ ପ୍ରୋତ୍ସାହିତ କରିବା, ଏମଏସଏମଇ ଭିତ୍ତିକ ଉତ୍ପାଦନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବା, ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ଲକ୍ଷ୍ୟ ହାସଲ ତଥା ଭାରତର ଇଞ୍ଜିନିୟରିଂ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର (ଭାରତ)ର ଅଧିକ ବଡ଼ ଭୂମିକା ରହିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଶିକ୍ଷାଦାନ ପ୍ରକ୍ରିୟାରେ ଭାଷା ପ୍ରତିବନ୍ଧକ ଏବଂ ଇଞ୍ଜିନିୟରିଂରେ ଦକ୍ଷତା ବୃଦ୍ଧି ଦିଗରେ ସାମୂହିକ ଭାବରେ କାର୍ଯ୍ୟ କରିବାକୁ ହେବ । ଯୁବଗୋଷ୍ଠୀଙ୍କୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଦିଗରେ ଗୁରୁତ୍ବ ଦିଆଯାଇଛି । ଏହାବ୍ୟତୀତ ନୂଆ ଜାତୀୟ ଶିକ୍ଷାନୀତି ସହିତ ସ୍ଥାନୀୟ ଭାଷା ଏବଂ ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷାର ପରିଚୟ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ଇଞ୍ଜିନିୟରିଂ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ