ଓଡିଶା

odisha

ETV Bharat / city

‘ପୁଅକୁ ମାରିଦେଲା ପୋଲିସ’, ନ୍ୟାୟ ପାଇଁ ମା’ର ଗୁହାରୀ - ନୟାପଲ୍ଲୀ ପୋଲିସ

ପୁଅ ହରେକୃଷ୍ଣଙ୍କୁ ପୋଲିସ ମାରିଦେଇଥିବା ନେଇ ମାଆ ଅଭିଯୋଗ ଆଣିଛନ୍ତି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Dec 6, 2019, 4:50 PM IST

ଭୁବନେଶ୍ବର: ନୟାପଲ୍ଲୀ ପୋଲିସ ଦ୍ବାରା ଚୋରି ଅଭିଯୋଗରେ ଗିରଫ ହୋଇଥିଲା ପୁଅ । ହେଲେ ପୁଅକୁ ହାଜତରେ ପୋଲିସ ଦେଇଥିଲା ଶାରୀରିକ ନିର୍ଯ୍ୟାତନା । ଫଳରେ ସେ ଗୁରୁତର ଆହତ ହେବା ସହ କୋମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁପରେ ପୋଲିସ ତାଙ୍କୁ ଡାକ୍ତରଖାନାରେ ଛାଡି ଚାଲିଯାଇଥିଲେ । ଏପରି ଅଭିଯୋଗ ଆଣିଛନ୍ତି ମୃତ୍ୟୁବରଣ କରିଥିବା ହରେକୃଷ୍ଣଙ୍କ ମାଆ । ତାଙ୍କ ପୁଅକୁ ପୋଲିସ ମାରିଦେଇଥିବା ଅଭିଯୋଗ କରି ନ୍ୟାୟ ପାଇବା ପାଇଁ ସେ ଗୁହାରୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ, ହରେକୃଷ୍ଣ ମଳିକ(17) ନିଜ ସାଙ୍ଗମାନଙ୍କ ସହ ଏକ ଚୋରି ମାମଲାରେ ଧରାପଡିଥିଲେ । ଏହାପରେ ତାଙ୍କୁ ଥାନାକୁ ନିଆଯାଇଥିଲା । ସେ ଡାକ୍ତରଖାନାରେ ରହିଥିବା ମାଆ ଖବର ପାଇ ଯାଇଥିଲେ । ହେଲେ ସେତେବେଳକୁ ହରେକୃଷ୍ଣଙ୍କର ମୃତ୍ୟୁ ହୋଇସାରିଥିଲା । ହରେକୃଷ୍ଣଙ୍କ ମାଆ ଏକ ମାତ୍ର ବଢ଼ିଲା ପୁଅକୁ ହରାଇ ଏକ ପ୍ରକାରର ମାନସିକ ସ୍ଥିତି ହରାଇଛନ୍ତି।

ପୋଲିସ ଧରିବା ସମୟରେ ଛାତରୁ ହରେକୃଷ୍ଣ ପଡିଯାଇଥିଲେ । ଏହାପରେ ମଧ୍ୟ ସେ ଥାନାକୁ ଯିବା ସମୟରେ ଭଲରେ ଚାଲୁଥିବା ବେଳେ କିପରି ସେ କୋମାକୁ ଗଲା ତାକୁ ନେଇ ପରିବାର ସନ୍ଦେହ କରିଛି । ସ୍କାନିଂରୁ ଦେହ ହାତ ମୁଣ୍ଡରେ ଆଘାତ ଲାଗିବାର ମଧ୍ୟ ଜଣାପଡିଛି। ଏନେଇ ପୋଲିସ ଉପରେ ସନ୍ଦେହ କରୁଛନ୍ତି ପରିବାର। ପୋଲିସ ପୁଅକୁ ହାଜତରେ ମାଡ ମାରି ମାରିଦେଇଥିବା ପରିବାର ଅଭିଯୋଗ କରିଛି । ପୁଅକୁ ନ୍ୟାୟ ଦେବା ସହ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ହରେକୃଷ୍ଣଙ୍କ ମାଆ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details