ଭୁବନେଶ୍ବର:ଭିକରେ ମାଆ ମାଗୁଛି ପୁଅର ଜୀବନ । ଅଭିଯୋଗ ବି କିଛି ନାହିଁ । କେବଳ ସାହାଯ୍ୟ ଲାଗି ନବୀନ ନିବାସ ଆଗ ରାସ୍ତାରେ ବସି ତାଙ୍କ ପୁଅକୁ ବଞ୍ଚାଇ ଦିଅ ବୋଲି ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି । ନବୀନ ନୀବାସ ବାହାରେ ରୋଗୀଣା ପୁଅକୁ ଧରି ସରକାରଙ୍କୁ ଗୁହାରୀ କରୁଛି ମାଆ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ଆମ୍ବପଡା ଗାଁର କୁଳମଣି ରଣାଙ୍କ ୧୮ ମାସର ପୁଅ ରାଜବୀର । ରାଜବୀର ସ୍ପାଇନାଲ ମସ୍କ୍ୟୁଲାର ଆଟ୍ରୋଫି (Spinal Muscular Atrophy) ରୋଗରେ ପୀଡ଼ିତ । ପିଲାଟିକୁ ସ୍ପାଇନାଲ ମସ୍କ୍ୟୁଲାର ଆଟ୍ରୋଫି ଟାଇପ ୨ ରୋଗ ହୋଇଛି । ଆମେରିକାରୁ ଇଞ୍ଜେକ୍ସନ ଆସିଲେ ପିଲାଟି ଭଲ ହେବ । ଏହି ଇଞ୍ଜେକ୍ସନର ଦାମ୍ ୧୬ କୋଟି ହୋଇଥିବାବେଳେ ଡେଲିଭରି ବୟ ଭାବେ କାମ କରୁଥିବା ପିଲାଟିର ବାପାଙ୍କ ପକ୍ଷରେ ଏହା ସମ୍ଭବ ହେଉନି ।
ଚିକିତ୍ସା ପାଇଁ ଆବଶ୍ୟକ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ୍, ମା’ ଭିକରେ ମାଗୁଛି କୁନି ପୁଅର ଜୀବନ - ପୁଅ ପାଇଁ ନବୀନ ନିବାସ ଆଗରେ ଧାରଣା
ଯଦି ଆମେ ଅନ୍ୟାୟ କରିଛୁ ଆମକୁ ମୃତ୍ୟୁ ଦିଅ । ଗୁଳି କରି ଆମ ଜୀବନ ନିଅ । ନହେଲେ ଭିକରେ ମୋ ପୁଅର ଜୀବନ ଦିଅ । ଏହା କୌଣସି ସିନେମାର ପ୍ୟାଥେଟିକ ସଂଳାପ ନୁହେଁ । ଏହା ହେଉଛି ନବୀନ ନିବାସ ଆଗରେ ଧାରଣାରେ ବସିଥିବା ମାଆର କଥା । ଅଧିକ ପଢ଼ନ୍ତୁ
ଚିକିତ୍ସାରେ ଆବଶ୍ୟକ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ୍, ମାଆ ଭିକରେ ମାଗୁଛି କୁନି ପୁଅର ଜୀବନ
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ