ଓଡିଶା

odisha

ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା' ପୁଅଙ୍କ ଆତ୍ମହୁତି ଉଦ୍ୟମ - Mass Education Minister house

ମାଟ୍ରିକ ଅଫଲାଇନ ଫର୍ମ ଫିଲଅପକୁ ନେଇ ଅସନ୍ତୁଷ୍ଟ ଥିବା ମା ଓ ପୁଅ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସରକାରୀ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା' ପୁଅଙ୍କ ଆତ୍ମାହୁତି ଉଦ୍ୟମ
ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା' ପୁଅଙ୍କ ଆତ୍ମାହୁତି ଉଦ୍ୟମ

By

Published : Jul 28, 2021, 4:24 PM IST

ଭୁବନେଶ୍ବର:ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା’ ଓ ପୁଅ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି । ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ କିରୋସିନ ହାତରେ ଧରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା ଓ ପୁଅ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଓ ତାଙ୍କ ମା ଜସ୍ମିନ ଖାନ ବୋଲି ଜଣାପଡିଛି । ଦଶମ ଶ୍ରେଣୀ ଅଫଲାଇନ୍ ପରୀକ୍ଷା ଫର୍ମପୂରଣରୁ ବାଦ ପଡିବା ଅଭିଯୋଗରେ ଆତ୍ମହୁତି ଉଦ୍ୟମ କରିଛନ୍ତି ।

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା' ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଗତକାଲି(ମଙ୍ଗଳବାର) କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ହାଇଡ୍ରାମା କରିଥିଲେ ଏହି ମା ଓ ପୁଅ । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ଆତ୍ମହୁତି ଉଦ୍ୟମ କରୁଥିବା ବେଳେ କ୍ୟାପିଟାଲ ଥାନା ପୋଲିସ କାବୁ କରିଛି । ଉଭୟ ମା’ ପୁଅଙ୍କୁ ବୁଝାସୁଝା କରି ଉଠାଇ ନେଇଛି ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନା ଥାନାରେ ଅଟକ ରଖାଯାଇଛି ।

ମାଟ୍ରିକ ଅଫଲାଇନ ଫର୍ମଫିଲଅପକୁ ନେଇ ମା ଓ ପୁଅ ଅସନ୍ତୁଷ୍ଟ ଥିଲେ । ସ୍କୁଲ ଫର୍ମ ଫିଲଅପ କରାଇ ନଥିବାରୁ ଗତକାଲି ଉଭୟ ସ୍କୁଲ ଆଗରେ ଧାରଣା ଦେଇଥିଲେ । ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ଥିବାବେଳେ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରୁଛନ୍ତି ।

ଭୁବନେଶ୍ବରରୁ ଭାବନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details