ଓଡିଶା

odisha

ETV Bharat / city

Panchayat Polls: ସର୍ବାଧିକ ପ୍ରାର୍ଥୀଙ୍କ ସରପଞ୍ଚ ପାଇଁ ବଢୁଛି ଆଗ୍ରହ - ଓଡିଶା ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଆଜି ତୃତୀୟ ଦିନରେ ବିଭିନ୍ନ ପଦ ପଦବୀ ଲାଗି ଏହି ପ୍ରକ୍ରିୟା ରାଜ୍ୟବ୍ୟାପୀ ଚାଲିଛି । ହେଲେ ଚଳିତଥର ନିର୍ବାଚନରେ ବହୁ ଅଶାୟୀ ସରପଞ୍ଚ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି । ଅଧିକ ପଢନ୍ତୁ

ବିଜେଡି ଉପ-ସଭାପତି ଦେବୀ ମିଶ୍ର
ବିଜେଡି ଉପ-ସଭାପତି ଦେବୀ ମିଶ୍ର

By

Published : Jan 19, 2022, 8:47 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଆଜି ତୃତୀୟ ଦିନରେ ବିଭିନ୍ନ ପଦ ପଦବୀ ଲାଗି ଏହି ପ୍ରକ୍ରିୟା ରାଜ୍ୟବ୍ୟାପୀ ଚାଲିଛି । ହେଲେ ଚଳିତଥର ନିର୍ବାଚନରେ ବହୁ ଅଶାୟୀ ସରପଞ୍ଚ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି । ଏମିତି କି ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅନେକ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହେବାକୁ ଅନେକ ଚାହୁଁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ-ସଭାପତି ଦେବୀ ମିଶ୍ର ।

ଦେବୀ କହିଛନ୍ତି ଯେ, ସରପଞ୍ଚ ହେଉଛନ୍ତି ଗ୍ରାମାଞ୍ଚଳ ବିକାଶର କେନ୍ଦ୍ର । ସରପଞ୍ଚଙ୍କ ଜରିଆରେ ସାମ୍ବିଧାନିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସରପଞ୍ଚ ପଦବୀ ଗ୍ରାମାଞ୍ଚଳରେ ବଡ ପଦବୀ । ସାମ୍ବିଧାନିକ ଭାବରେ ତାହା ସତ କଥା । ଅଧିକ ଲୋକ ସରପଞ୍ଚ ହେବାକୁ ଆଶାୟୀ ହେବା ଶୁଭ ସୂଚନା । ବହୁ ଲୋକ ଆଗ୍ରହୀ ହେଲେ ଭଲ କଥା । ଗଣତାନ୍ତ୍ରିକ ଭାବେ ଲୋକ ପ୍ରତିନିଧୀ ଚୟନ କରିବେ ।

ବିଜୁ ଜନତା ଦଳ ଲୋକଙ୍କର ଆଶା ଭରସାର ଦଳ । ଗ୍ରାମାଞ୍ଚଳରେ ବିଜେଡି ସପକ୍ଷରେ ଲୋକଙ୍କର ମତ ରହିଛି । ସେଥିପାଇଁ ବିଜେଡିର ସମର୍ଥିତ ହେବା ଲାଗି ପ୍ରାୟ ଲୋକ ସୁଯୋଗ ନେବାକୁ ଚାହୁଁଛନ୍ତି ବୋଲି ଦେବୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details