ଭୁବନେଶ୍ବର: ବର୍ତ୍ତମାନ ଟୀକାକରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ । ରାଜ୍ୟରେ ଟୀକା ଅଭାବ ରହିଥିବା ବେଳେ ବର୍ତ୍ତମାନ ସମୟରେ ଟିକାକାରଣରେ ଦ୍ବିତୀୟ ଡୋଜକୁ ଗୁରୁତ୍ବ ଦିଆଯାଉଛି। ଆଇସିୟୁରେ 60 ପ୍ରତିଶତ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ।
ରାଜ୍ୟରେ ସଂକ୍ରମଣ କମୁଛି । ଆଶା କରୁଛୁ ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ ଆହୁରି କମିଯିବ ବୋଲି ଏହି ଟ୍ରେଣ୍ଡ ଦର୍ଶାଉଛି । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ଅଛି । ବର୍ତ୍ତମାନ ଟୀକାକରଣରେ ଦ୍ଵିତୀୟ ଡୋଜକୁ ଗୁରୁତ୍ବ ଦିଆଯାଉଛି । ୧୮ ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ଵିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ୨୨ଟି ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି । କୋଭିଡ ମେଡ଼ିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି ଆମେ ମଧ୍ୟ ତାହା ବ୍ୟବହାର କରୁଛୁ । ତେଣୁ ଯଦି ଅକ୍ସିଜେନ, ପାରାସିଟାମଲ ଓ ଷ୍ଟେରଏଡ଼ ଉପରେ ଗୁରୁତ୍ବ ଦିଆଯାଉଛି ଆମେ ମଧ୍ୟ ତର୍ଜମା କରି ସେହି ଔଷଧ ବ୍ୟବହାର କରିବୁ ।