ଭୁବନେଶ୍ବର: ଏକୁଟିଆ ଦୋକାନୀ ଦେଖି ଲୁଟର ଟ୍ରାପ । ଲୁଟେରାଙ୍କ ଟାର୍ଗେଟରେ ରହିଛି ମେଡିସିନ ଷ୍ଟୋରର କ୍ୟାସ ବକ୍ସ । ନୟାପଲ୍ଲୀ ଥାନା ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ଥାନା ଅଞ୍ଚଳରେ ଅଭିନବ ଉପାୟରେ ଔଷଧ ଦୋକାନୀରୁ ହୋଇଛି ଲୁଟ । ମେଡ଼ିସିନ କିଣିବା ବାହାନାରେ ୩ ଜଣ ଚୋର ପ୍ରଥମେ ଦୋକାନକୁ ଯାଇ ପରେ ଲୁଟି ନେଇଛନ୍ତି ୪୯ ହଜାର ଟଙ୍କା । ଘଟଣାକୁ ୨୪ ଘଣ୍ଟା ବିତିଥିଲେ ମଧ୍ୟ ପୋଲିସ ପହଞ୍ଚିନଥିବା ଜଣାପଡ଼ିଛି ।
ନୟାପଲ୍ଲୀ IRC ଭିଲେଜ N2ରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋରରରେ ଏଭଳି କଳାକନା ବୁଲାଇଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ୨ଜଣ ଆସି ଜିନିଷ ବୁଝିଥିଲେ । ଏହାପରେ ଆଉ ଜଣେ ଆସି ହର୍ଲିକ୍ସ କିଣି ୧୯୦ ଟଙ୍କା ୪୦ଟଙ୍କା ନଦେଇ ହଠାତ୍ ଦୌଡିଥିଲେ । ଏହାର ସୁଯୋଗ ଦେଖି ଅନ୍ୟ କିଛି ଯୁବକ ଆସି କଣ ହୋଇଛି ବୋଲି ପଚାରିଲେ ଆଉ ମେଡିସିନ ଦୋକାନୀକୁ ଡାକି ତାଙ୍କ ପଛରେ ଧାଇଁଲେ। ଏହି ସମୟରେ ଦୋକାନୀ ନଥିବାର ସୁଯୋଗ ନେଇ ଆଉ ଜଣେ ଛପିଥିବା ଲୋକ ଦୋକାନରୁ ଲୁଟି ନେଲେ ୪୯ ହଜାର ଟଙ୍କା ।