ଭୁବନେଶ୍ବର:ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ସାଲିଆ ସାହି ଲିଙ୍କ । ସାଲିଆସାହି ବସ୍ତିରୁ ମିଳିଲା ୧ କୋଟି ୪୧ ଲକ୍ଷ । ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଶାଳି ଉର୍ବଶୀ ପ୍ରଧାନଙ୍କ ଘରୁ ଏହି ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ ।
ଏହି ଅର୍ଥକୁ ଭୁବନେଶ୍ଵର ଡିଭିଜନ ଅଧିକାରୀ ଗଣା ମେସିନ ଧରି ନଗଦ ଟଙ୍କାକୁ ଗଣିବାରେ ଲାଗିଛନ୍ତି । ଏଥିସହ ୩୫୪ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି । ଏଥିସହ ଟ୍ରିପଲ ଷ୍ଟୋରେଜ ଘର ପୋଖରିପୁଟ ପାଇଁ ନଗଦ ୭୬ ଲକ୍ଷ ଟଙ୍କା ଦେଇଥିବା ଏକ ଘରର ଏଗ୍ରିମେଣ୍ଟ କପି ମଧ୍ୟ ପାଇଛି ଭିଜିଲାନ୍ସ । ତେବେ ପୂର୍ବରୁ ସହକାରୀ ଯନ୍ତ୍ରୀଙ୍କ ଦ୍ବିତୀୟ ପତ୍ନୀ ଘରୁ ମିଳିଥିଲା ୨ କୋଟି ୫୦ ଲକ୍ଷ ଟଙ୍କା । ଏହାକୁ ମିଶାଇ ମୋଟ ସହକାରୀ ଯନ୍ତ୍ରୀଙ୍କ ଲିଙ୍କରେ ୩ କୋଟି ୪୧ଲକ୍ଷ ଟଙ୍କା ନଗଦ ମିଳିଛି ।