ଭୁବନେଶ୍ବର:ବାଲେଶ୍ବର ରେଲୱେ ଓଭର ବ୍ରିଜ ତଳେ ଚାଲିଥିଲା ବ୍ରାଉନସୁଗାର ଡିଲ (Brown sugar deal in Balasore)। ଏହି ସମୟରେ ଡିଲରଙ୍କୁ ମାଡି ବସିଲା ଏସଟିଏଫ୍ ଟିମ । ଏହାସହିତ ପ୍ରାୟ ୧ କେଜି ଓଜନ ବିଶିଷ୍ଟ କୋଟିଏ ଟଙ୍କାର ବ୍ରାଉନସୁଗାରକୁ ଏସଟିଏଫ ଜବତ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ପିଡବ୍ଲୁ ଡି କଲୋନୀର ଏସ କେ ରାଜୁ, ଖପ୍ରାପଡାର ଅମଜାଦ ଖାନ। ଦୁଇ ଜଣଙ୍କଠୁ ଏକ ବାଇକ ଜବତ ହେବା ସହ ଏମାନେ ସେହି ଅଞ୍ଚଳର ବଡ ଡିଲର ଥିଲେ ବୋଲି ଏସଟିଏଫ୍ ଏସପି ସୂଚନା ଦେଇଛନ୍ତି। ତେବେ ଏମାନଙ୍କୁ ସ୍ଥାନୀୟ ପୋଲିସ ପୂର୍ବରୁ ଏକ ମାରପିଟ ମାମଲା ଗିରଫ କରିଥିଲା । ତଥାପି ପୋଲିସକୁ ଏମାନଙ୍କର ଭୟ ନଥିଲା । ବେଧଡକ ପୋଲିସ ଆଢୁଆଳରେ ଚଲାଇଥିଲେ ବ୍ରାଉନ ସୁଗାର କାରବାର । ତେବେ ସମାନ ଢଙ୍ଗରେ ଗତ ୨୭ଜୁଲାଇରେ ମଧ୍ୟ ବାଲେଶ୍ବର ଅର୍ଡର ବଜାର ରେଲୱେ ଓଭରବ୍ରିଜ ତଳୁ ୧ କେଜି ୫୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା ।