ଓଡିଶା

odisha

ETV Bharat / city

ବିଜେଡିର ନବକଳେବର, ବଦଳିବେ 10ରୁ ଅଧିକ ଜିଲ୍ଲା ପର୍ଯ୍ୟବେକ୍ଷକ ! - ବିଜେଡିର ହେବ ନବକଳେବର

ଦଳୀୟ ସଂଗଠନରେ ଅଦଳବଦଳ କରିବାକୁ ଯାଉଛି ବିଜେଡି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯିବ । ଖୁବଶୀଘ୍ର ଦଳର ସଂଗଠନରେ ବଡ ଧରଣର ଅଦଳବଦଳ କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମଧ୍ୟ ଅଦଳବଦଳ ହେବେ। ଅଧିକ ପଢନ୍ତୁ

ବିଜେଡି
ବିଜେଡି

By

Published : May 31, 2022, 9:32 PM IST

ଭୁବନେଶ୍ବର: ଦଳୀୟ ସଂଗଠନରେ ଅଦଳବଦଳ କରିବାକୁ ଯାଉଛି ବିଜେଡି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯିବ । ଖୁବଶୀଘ୍ର ଦଳର ସଂଗଠନରେ ବଡ ଧରଣର ଅଦଳବଦଳ କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମଧ୍ୟ ଅଦଳବଦଳ ହେବେ।

ସାଧାରଣ ନିର୍ବାଚନକୁ ଦୃଷ୍ଟି ରଖି ରାଜ୍ୟସଭା ପ୍ରାର୍ଥୀ ଚୟନ କରିଛନ୍ତି ବିଜେଡି ସୁପ୍ରିମୋ । ଏହା ସହ ସଂଗଠନକୁ ଅଧିକ ସକ୍ରିୟ କରିବା ଲାଗି ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ପରିବର୍ତ୍ତନ କରିବ ବିଜେଡି । ନିଗମ ଅଧ୍ୟକ୍ଷ ଓ ବିଜେଡିର ମୁଖପାତ୍ର ଓ ଟିଭି ପ୍ୟାନେଲିଷ୍ଟ ମଧ୍ୟ ଅଦଳବଦଳ କରାଯିବ । ଗତ ପଞ୍ଚାୟତ, ପୌର ନିର୍ବାଚନରେ ଦଳର ପ୍ରଦର୍ଶନକୁ ଦୃଷ୍ଟିରେ ନେଇ ଏହି ଅଦଳବଦଳ କରାଯିବ । ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ କିମ୍ବା ତା ପର ଦିନରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ଦିଲ୍ଲୀ ଗସ୍ତରୁ ଫେରିବେ ଦଳର ସଭାପତି ନବୀନ ପଟ୍ଟନାୟକ । ଅଦଳବଦଳ ନେଇ ସମସ୍ତ ବ୍ଲ୍ୟୁ ପ୍ରିଣ୍ଟ ଶେଷ ହୋଇଛି । ଚିଠା ପ୍ରସ୍ତୁତ ବି ସରିଛି । କିଏ ଯିବେ, କିଏ ଆସିବେ । କାହାକୁ ମିଳିବ ଗୁରୁ ଦାୟିତ୍ବ ସବୁର ଯୋଜନା ଶେଷ ହୋଇଛି । ନବୀନ ଫେରିବା ପରେ ଏହାର ଚୂଡାନ୍ତ ରୂପ ଦିଆଯିବ । କେବଳ ନବୀନଙ୍କ ମୋହରକୁ ରହିଛି ଅପେକ୍ଷା । ପ୍ରଦର୍ଶନ ଅନୁସାରେ ଫଳ ସମସ୍ତଙ୍କୁ ମିଳିବ ।

ଗତ ପଞ୍ଚାୟତ, ପୌର ଓ ବ୍ରଜରାଜନଗର ନିର୍ବାଚନରେ ଦଳୀୟ ନେତାଙ୍କ ପ୍ରଦର୍ଶନକୁ ଗୁରୁତ୍ବ ଦିଆଯିବ । ଏମିତି କି ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବା ନେଇ ମୁଖ୍ୟମନ୍ତ୍ରୀ ଏକପ୍ରକାର ପ୍ରସ୍ତୁତ ହୋଇଛନ୍ତି । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତଗତ ହୋଇସାରିଛି । ନବୀନଙ୍କ ପଞ୍ଚମ ପାଳିର ପ୍ରଥମ 3 ବର୍ଷରେ କେଉଁ ମନ୍ତ୍ରୀଙ୍କ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ଯୋଜନାକୁ କିପରି ଭାବରେ ଲୋକଙ୍କ ପାଖରେ ପହଞ୍ଚାଇଛି ।5ଟି ମୋ ସରକାର ବ୍ୟବସ୍ଥାକୁ କିପରି ବ୍ୟବହାର କରାଯାଇଛି । ଲୋକଙ୍କୁ ଏହାର ସୁଫଳ ମିଳିଛି ନା ନାହିଁ । ତାହାର ତଥ୍ୟ ମଧ୍ୟ ହାସଲ କରାଯାଇଛି ।

ସୁଲୋଚନା ଦାସ ମେୟର ଓ ସୁଲତା ଦେଓ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ଫଳରେ ସୁଲୋଚନାଙ୍କ ଦାୟିତ୍ବରେ ଥିବା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସୁଲତାଙ୍କ ହାତରେ ଥିବା ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ପଦ ଫାଙ୍କା ହୋଇଛି । ଏହାକୁ ପୂରଣ କରାଯିବ । ତାହା ସହିତ ନିଗମରେ ଭଲ ପ୍ରଦର୍ଶନ କରିନଥିବା ଅଧ୍ୟକ୍ଷଙ୍କୁ ବଦଳି କରାଯିବ ବୋଲି ଚର୍ଚ୍ଚା ହେଉଛି । 2024 ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ନେତାଙ୍କୁ ବିଭିନ୍ନ ପଦ ଓ ନିଗମ ଲଡୁ ଦିଆଯିବ । ଏହା ସହ ବିଜେଡି ମୁଖପାତ୍ର ଓ ମିଡିଆ ପ୍ୟାନେଲ ଦଳରେ ବିବାଦ ଥିବା ଚର୍ଚ୍ଚା ଲାଗି ରହିଛି । ବରିଷ୍ଠଙ୍କୁ ଅଣଦେଖା ଓ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ଗୁରୁତ୍ବ ଦିଆଯାଉଥିବା ଅଭିଯୋଗ ଉପର ମହଲ ପର୍ଯ୍ୟନ୍ତ ଗଲାଣି । ତେଣୁ ଏହାର ନବକଳେବ ହେବା ସହ ବିବାଦ ପ୍ରଶମିତ କରିବାକୁ ଚେଷ୍ଟା କରାଯିବ । ଅନ୍ୟପଟେ ରାଜ୍ୟସଭା ଲାଗି ଆଶାୟୀ ଥିବା ନେତାଙ୍କୁ ମଧ୍ୟ ଥଇଥାନ କରିବ ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details