ଓଡିଶା

odisha

ETV Bharat / city

ରାଜ୍ୟରେ 46 ହଜାରରୁ ଅଧିକ ଇଞ୍ଜିନିୟର ବେକାରୀ - ଇଞ୍ଜିନିୟର ଡିଗ୍ରୀଧାରୀ

ରାଜ୍ୟରେ ବଢିଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଞ୍ଜିକୃତ ହୋଇଥିବା ଇଞ୍ଜିନିୟର ବେକାରୀଙ୍କ ସଂଖ୍ୟା 46 ହଜାର 731 ରହିଛି । ଏଭିଳି ଉଦବେଗ ଜନକ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ...

ବେକାରୀ ଇଞ୍ଜିନିୟରିଂଙ୍କ ସଂଖ୍ୟା
ପ୍ରେମାନନ୍ଦ ନାୟକ

By

Published : Mar 13, 2021, 8:29 PM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପଞ୍ଜିକୃତ ହୋଇଥିବା ଇଞ୍ଜିନିୟର ବେକାରୀଙ୍କ ସଂଖ୍ୟା 46 ହଜାର 731 ରହିଛି । ଆଜି ବିଧାନସଭାରେ ବିଜେପି ବିଧାୟକ ନାଉରି ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏଭଳି ଚକିତ କଲାଭଳି ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ବେକାରୀ ଇଞ୍ଜିନିୟରିଂଙ୍କ ସଂଖ୍ୟା

ଆଜି ଶୂନ୍ୟକାଳରେ ବିଜେପି ବିଧାୟକ ନାଉରି ନାୟକ ଜାଣିବାକୁ ଚାହିଁଥିଲେ ଯେ ରାଜ୍ୟରେ କେତେ ସଂଖ୍ୟକ ବିଟେକ, ଏମଟେକ ଓ ଡିପ୍ଲୋମା ଓ ଇଞ୍ଜିନିୟର ଡିଗ୍ରୀଧାରୀ ନିଯୁକ୍ତି ନପାଇ ବେକାର ବସିଛନ୍ତି । ଜିଲ୍ଲାୱାରୀ ସ୍ଥିତି କଣ ? ବେକାରୀ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? ସେହିଭଳି ଆଗାମୀ 2023- 24 ସୁଦ୍ଧା ରାଜ୍ୟରେ କେତେ ସଂଖ୍ୟକ ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କଣ ଯୋଜନା ରହିଛି ? ସେହିଭଳି ବେକାରୀ ଇଞ୍ଜିନିୟରଙ୍କୁ ବେକାରୀ ଭତ୍ତା ଓ ଶିକ୍ଷା ଋଣ ଛାଡ ପାଇଁ ବିଚାର କରିବେ କି ?

ବେକାରୀ ଇଞ୍ଜିନିୟରିଂଙ୍କ ସଂଖ୍ୟା

ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ, ସରକାରୀ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାନଙ୍କର ନିଜସ୍ବ ପ୍ଲେସମେଣ୍ଟ ସେଲ ଜରିଆରେ ନିଯୁକ୍ତି ଦିଆଯାଇଥାଏ । ସେହିପରି ବୈଷୟିକ ଶିକ୍ଷାପ୍ରାପ୍ତ ଛାତ୍ରଛାତ୍ରୀ ନିଜସ୍ବ ଉଦ୍ୟମରେ ମଧ୍ୟ ନିଯୁକ୍ତି ପାଇଥାନ୍ତି । ଏହାବାଦ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିକ୍ଷମ କରାଇବା ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯାଉଛି । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ଶିଳ୍ପ ଜଗତରେ ଚାହିଦା ଅନୁଯାୟୀ ନିଯୁକ୍ତି ପାଇବା ପାଇଁ ସରକାର ବିଭିନ୍ନ କମ୍ପାନୀଙ୍କ ସହ ବୁଝାମଣା ଚୁକ୍ତିପତ୍ର ସ୍ବାକ୍ଷାର କରି ମହାବିଦ୍ୟାଳୟ ସ୍ତରରେ ଏକ୍ସେଲେନ୍ସ ସେଣ୍ଟର ସ୍ଥାପନ କରାଯାଉଛି ।

ସେହିପରି ବେକାରୀ ଇଞ୍ଜିନିୟର ଡିଗ୍ରୀଧାରୀଙ୍କୁ ସ୍ବତନ୍ତ୍ର ଭତ୍ତା କିମ୍ବା ଶିକ୍ଷା ଋଣ ଛାଡ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details