ଓଡିଶା

odisha

ETV Bharat / city

ଅମ୍ଫାନରେ ପ୍ରଭାବିତ ହୋଇଛନ୍ତି 44 ଲକ୍ଷରୁ ଉର୍ଦ୍ଧ୍ବ - cyclone amphan

ଅମ୍ଫାନ କ୍ଷୟକ୍ଷତି ନେଇ କ୍ୟାବିନେଟ ସଚିବଙ୍କ ସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ବୈଠକ । 1500 ଗ୍ରାମର 44 ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବା ସରକାର ତଥ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

ଅମ୍ଫାନରେ ପ୍ରଭାବିତ ହୋଇଛନ୍ତି 44 ଲକ୍ଷରୁ ଉର୍ଦ୍ଧ୍ବ
ଅମ୍ଫାନରେ ପ୍ରଭାବିତ ହୋଇଛନ୍ତି 44 ଲକ୍ଷରୁ ଉର୍ଦ୍ଧ୍ବ

By

Published : May 21, 2020, 2:31 PM IST

Updated : May 21, 2020, 5:03 PM IST

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ବୈଠକ । ବାତ୍ୟା କ୍ଷୟକ୍ଷତି ନେଇ ହୋଇଛି ଆଲୋଚନା । ବୈଠକରେ ସବିଶେଷ ସୂଚନା ଦେଇଛନ୍ତି ରାଜ୍ୟସରକାର ।

ରାଜ୍ୟର 89 ବ୍ଲକର 2 ଲକ୍ଷଙ୍କୁ ସ୍ଥାନାନ୍ତର କରାଯାଇଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା 80 ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ । 2 ଦିନ ଭିତରେ କୃଷି ଜନିତ କ୍ଷୟକ୍ଷତି ଆକଳନ କରାଯିବ । 1500 ଗ୍ରାମର 44 ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବା ସରକାର ତଥ୍ୟ ରଖିଛନ୍ତି ।


କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରାଥମିକ ରିପୋର୍ଟ ମଗାଯାଇଛି। ରିପୋର୍ଟ ଦେବା ପରେ ଏନେଇ ତର୍ଜମା କରାଯିବା ସହ ଆଉଥରେ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯିବ । ତେବେ କେଉଁଠି ଘର ଭାଙ୍ଗିଛି, କେଉଁଠି ଚାଷ ଜମି ନଷ୍ଟ ହୋଇଛି ଓ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଇଟିଭି ଭାରତ

Last Updated : May 21, 2020, 5:03 PM IST

ABOUT THE AUTHOR

...view details