ଓଡିଶା

odisha

ETV Bharat / city

ବଢିବ BSKYର କଳେବର: ଆସନ୍ତା 10ରୁ ସାମିଲ ହେବ ଦେଶର 40ରୁ ଅଧିକ ବଡ଼ ଡାକ୍ତରଖାନା - ବଢିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ବଢିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କଳେବର । ରାଜ୍ୟ ବାହାରର 40ରୁ ଅଧିକ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେବେ ଅନ୍ତର୍ଭୁକ୍ତ । ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । 10 ଜାନୁଆରୀରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ । ଅଧିକ ପଢନ୍ତୁ

ବଢିବ BSKYର କଳେବର: ଆସନ୍ତା 10ରୁ ସାମିଲ ହେବ ଦେଶର 40ରୁ ଅଧିକ ବଡ଼ ଡାକ୍ତରଖାନା
ବଢିବ BSKYର କଳେବର: ଆସନ୍ତା 10ରୁ ସାମିଲ ହେବ ଦେଶର 40ରୁ ଅଧିକ ବଡ଼ ଡାକ୍ତରଖାନା

By

Published : Jan 8, 2022, 7:38 PM IST

ଭୁବନେଶ୍ବର: ବଢିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କଳେବର । ରାଜ୍ୟ ବାହାରର 40 ରୁ ଅଧିକ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେବ ଅନ୍ତର୍ଭୁକ୍ତ । ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । 10 ଜାନୁଆରୀରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ ।

ରାଜ୍ୟ ବାହାରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି । ଏଥିପାଇଁ ରାଜ୍ୟ ବାହାରର ବଡ଼ ବଡ଼ ଡ଼ାକ୍ତରଖାନା ସହିତ ଯୋଗାଯୋଗ କରୁଛନ୍ତି ରାଜ୍ୟ ସରକାର । ଜାନୁଆରୀ 10ରୁ ଏଥିରେ ଆଉ 15ଟି ଓ ଫେବୃଆରୀରୁ ଦେଶର 40ରୁ ଅଧିକ ବଡ଼ ବଡ଼ ଡାକ୍ତରଖାନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମରେ ରାଜ୍ୟର 96 ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ସାମିଲ ହୋଇଛନ୍ତି । ଲୋକମାନେ ବିନା କୌଣସି ଅସୁବିଧାରେ ସ୍ମାର୍ଟ କାର୍ଡ ଧରି ଦେଶର 2 ଶହ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ।

ଆସନ୍ତା 10 ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବାକୁ ଥିବା ହସ୍ପିଟାଲ ଗୁଡିକ ହେଲା:- ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ, କୋଲକାତାର ଟାଟା ମେମୋରିଆଲ ସେଣ୍ଟର, ଭେଲୋରର ଖ୍ରୀଷ୍ଟିଆନ୍‌ ମେଡ଼ିକାଲ କଲେଜ, ବେଙ୍ଗାଳୁରୁର ଶ୍ରୀ ଶଙ୍କରା କ୍ୟାନ୍ସର ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟର, ପଞ୍ଜାବ ମୋହାଲିର ଫୋର୍ଟିସ୍ ହସ୍ପିଟାଲ, କୋଲକତାର ଆନନ୍ଦପୁରର ଫୋର୍ଟିସ୍ ହସ୍ପିଟାଲ, କୋଲକାତାର ଆନନ୍ଦପୁରର ଫୋର୍ଟିସ୍ ହସ୍ପିଟାଲ ଆଣ୍ଡ କିଡ଼ନୀ ଇନ୍‌ଷ୍ଟିଚ୍ୟୁଟ୍, ରାୟପୁରର ବାଲ୍‌କୋ ମେଡ଼ିକାଲ ସେଣ୍ଟର, ରାୟପୁରର ଶ୍ରୀ ବାଲାଜୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ, ବିଶାଖାପାଟଣାର କେୟାର ହସ୍ପିଟାଲ, ବିଶାଖାପାଟଣାର ଆପୋଲୋ ହସ୍ପିଟାଲ, ବିଶାଖାପାଟଣାର ମହାତ୍ମା ଗାନ୍ଧୀ କ୍ୟାନ୍ସର ହସ୍ପିଟାଲ ଆଣ୍ଡ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍, ବିଶାଖାପାଟଣାର ତିରୁମାଳା ମଲ୍ଲିକେସିଆଲିଟି ହସ୍ପିଟାଲ, ସୁରତର ଟ୍ରିଷ୍ଟାର ହସ୍ପିଟାଲ, ସୁରତର ୟୁନିଟି ଟ୍ରମା ସେଣ୍ଟର ଆଣ୍ଡ ଆଇସିୟୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details