ଓଡିଶା

odisha

ETV Bharat / city

କେନ୍ଦ୍ରରୁ ଟିକା ଆସିଲେ ଜୋରଦାର ହେବ ଟୀକାକରଣ: ସ୍ବାସ୍ଥ୍ୟମନ୍ତ୍ରୀ - vaccination

ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କଠାରୁ 25 ଲକ୍ଷ 31 ହଜାର 800 ଡୋଜ କୋଭିସିଲ୍ଡ ଟିକା ଓ 5 ଲକ୍ଷ 19 ହଜାର 40 ଡୋଜ କୋଭାସ୍କିନ ପାଇବୁ ବୋଲି କହିଛନ୍ତି ସ୍ବାସ୍ଥମନ୍ତ୍ରୀ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ
ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ

By

Published : Jun 27, 2021, 2:13 PM IST

ଭୁବନେଶ୍ବର:ରାଜ୍ୟରେ ଲୋକଙ୍କ ସଂଖ୍ୟା ଅଧିକ ହେଲେ ହସ୍ପିଟାଲ କମ । ଯାହା ସ୍ବାସ୍ଥ୍ୟ କ୍ଷେତ୍ରରେ ମାତ୍ର 5 ପ୍ରତିଶତ । ବର୍ତ୍ତମାନ ସୁଦ୍ଧା 7ଟି ଘରୋଇ ହସ୍ପିଟାଲ କମ୍ପାନୀଠାରୁ ଟିକା କିଣିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ । ଗାଇଡଲାଇନ ଅନୁସାରେ ଟିକାକ୍ରୟକୁ 75 ପ୍ରତିଶତରୁ 95 ପ୍ରତିଶତକୁ ବୃଦ୍ଧି କରାଗଲେ ରାଜ୍ୟରେ ଟିକା ଅନୁଦାନ ହରାଇବ ନାହିଁ । ଆଗକୁ କେନ୍ଦ୍ର ପକ୍ଷରୁ ଅଧିକ ଟିକା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

କେନ୍ଦ୍ରରୁ ଟିକା ଆସିଲେ ଜୋରଦାର ହେବ ଟୀକାକରଣ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1କୋଟି 14 ଲକ୍ଷ 14ହଜାର 644 ଡୋଜ ଟିକା ଦିଆ ସରିଛି । ପ୍ରଥମ ଡୋଜ 93 ଲକ୍ଷ 31 ହଜାର 778, ଦ୍ବିତୀୟ ଡୋଜରେ 20 ଲକ୍ଷ 92 ହଜାର 866 ଲୋକଙ୍କୁ ଦିଆଯାଇଛି । 18 ରୁ 44 ବର୍ଷର ଟୀକାକରଣରେ ସହର ଓ ଗ୍ରାମାଞ୍ଚଳକୁ ମିଶାଇ ପ୍ରଥମ ଡୋଜ ନେଇଛନ୍ତି 26 ଲକ୍ଷ 47 ହଜାର 974 ଓ ଦ୍ବିତୀୟ ଡୋଜ ନେଇଛନ୍ତି 1 ଲକ୍ଷ 39 ହଜାର 199 । 45 ବର୍ଷରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ନେଇଛନ୍ତି 60 ଲକ୍ଷ 28 ହଜାର 599 ଓ ଦ୍ବିତୀୟ ଡୋଜ ନେଇଛନ୍ତି 14 ଲକ୍ଷ 88 ହଜାର 963 ।

ଗତକାଲି ସୁଦ୍ଧା ରାଜ୍ୟରେ 3 ଲକ୍ଷ 53 ହଜାର 380 ଡୋଜ କୋଭିସିଲ୍ଡ ଓ 5 ଲକ୍ଷ13 ହଜାର 420 ଡୋଜ କୋଭାକ୍ସିନ ଟିକା ଉପଲବ୍ଧ ରହିଛି । ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ଯାହା ଆବଣ୍ଟନ ପ୍ରକ୍ରିୟା ରହିଛି ଆମେ କୋଭିସିଲ୍ଡ ଟିକା 25 ଲକ୍ଷ 31 ହଜାର 800 ଡୋଜ ଓ କୋଭାସ୍କିନ 5 ଲକ୍ଷ 19 ହଜାର 40 ଡୋଜ ପାଇବୁ ବୋଲି କହିଛନ୍ତି ସ୍ବାସ୍ଥମନ୍ତ୍ରୀ ।

କେନ୍ଦ୍ର ସରକାର ଟିକା ଯୋଗାଇଲେ ଓଡ଼ିଶା ସରକାର ସମସ୍ତଙ୍କୁ ଖୁବଶୀଘ୍ର ଟୀକାକରଣ କରାଇ ପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details