ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ନୂଆ ଆକ୍ରାନ୍ତ ସାମନାକୁ ଆସୁଛନ୍ତି । ଭୁବନେଶ୍ବର ପରେ ବାଲେଶ୍ବର ଓ ଯାଜପୁରରେ ପଜିଟିଭ ମାମଲା ବଢିଛି ।
ତେବେ ଏପର୍ଯ୍ୟନ୍ତ ରାଜ୍ୟରେ 11 ହଜାରରୁ ଅଧିକ କୋଭିଡ-୧୯ ନମୁନା ପରୀକ୍ଷା ହୋଇଛି । ଗତ ମଧ୍ୟରାତ୍ରି ୧୨ଟା ସୁଦ୍ଧା ଓଡିଶାରେ ୧୧ ହଜାର ୭୪୮ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଛି । ଭୁବନେଶ୍ବର ଏମ୍ସ, ଆରଏମଆରସି ଓ କଟକ ଏସସିବିରେ ଏହି ପରୀକ୍ଷା ସବୁ ହୋଇଛି ।