ଭୁବନେଶ୍ବର: କ୍ୟାପିଟାଲ ଥାନା କେଦାରପଲି ବସ୍ତିରେ ଅବକାରୀ ଟିମ ଅଚାନକ ଚଢାଉ କରିଛି । ଗାଡି ହେଡଲାଇଟରେ ବ୍ରାଉନସୁଗାର ସପ୍ଲାଏବେଳେ ଏହାକୁ ଜବତ କରିଛି ଅବକାରୀ ଟିମ । ଭୁବନେଶ୍ବର ଅବକାରୀ ଟିମ ଚଢାଉ କରି ୧୧୨ ଗ୍ରାମର ବ୍ରାଉନସୁଗାର ଜବତ କରିଥିବା ଜଣାପଡ଼ିଛି ।
ଗାଡି ହେଡଲାଇଟରୁ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ - ଗାଡି ହେଡଲାଇଟରୁ ବ୍ରାଉନସୁଗାର ଜବତ
ରାଜଧାନୀ ଭୁବନେଶ୍ବରର କେଦାରପଲି ବସ୍ତି ନିକଟରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଅଧିକ ପଢନ୍ତୁ

ଗାଡି ହେଡଲାଇଟରୁ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଗାଡି ହେଡଲାଇଟରୁ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଏହାର ଆନୁମାନିକ ବଜାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତେବେ OD02BT1946 ଏକ ଗାଡିର ହେଡଲାଇଟ ଭିତରେ ବ୍ରାଉନସୁଗାର ଭର୍ତ୍ତି କରି ସପ୍ଲାଏ କରିବାକୁ ଯାଉଥିଲା ଅଭିଯୁକ୍ତ ସଞ୍ଜୟ ନାୟକ । ତାକୁ ଧରିବା ପରେ ଗାଡିର ହେଡଲାଇଟ ଭିତରୁ ଛୋଟ ଛୋଟ ପୁଡିଆ କରି ବିକୁଥିବା ବ୍ରାଉନସୁଗାର ପୁଡିଆ ୧୧୨ ଗ୍ରାମର ଜବତ କରିଥିଲା ଅବକାରୀ ବିଭାଗ ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ