ଓଡିଶା

odisha

ETV Bharat / city

ନଜରରେ ପ୍ରବାସୀ ଓଡ଼ିଆ, ବଢିବ ଅଧିକ ଟେଷ୍ଟ

ରାଜ୍ୟ ବାହାରୁ ଆସିବାକୁ ଥିବା ଲକ୍ଷଲକ୍ଷ ପ୍ରବାସୀ ଓଡ଼ିଆଙ୍କର ହେବ କୋରୋନା ଟେଷ୍ଟ୍‌ । ଦୈନିକ ଖାଦ୍ୟ ବାବଦକୁ ବୟସ୍କ ଲୋକଙ୍କ ପାଇଁ 120 ଟଙ୍କା ଓ 14 ବର୍ଷରୁ କମ ପିଲାଙ୍କ ପାଇଁ 100 ଟଙ୍କାର ବ୍ୟବସ୍ତା କରାଯାଇଛି। ଅଧିକ ପଢନ୍ତୁ...

ନଜରରେ ପ୍ରବାସୀ ଓଡ଼ିଆ, ବଢିବ ଅଧିକ ଟେଷ୍ଟ
ନଜରରେ ପ୍ରବାସୀ ଓଡ଼ିଆ, ବଢିବ ଅଧିକ ଟେଷ୍ଟ

By

Published : Apr 28, 2020, 7:46 PM IST

Updated : Apr 28, 2020, 8:36 PM IST

ଭୁବନେଶ୍ବର: ରାଜ୍ୟ ବାହାରୁ ଆସିବାକୁ ଥିବା ଲକ୍ଷଲକ୍ଷ ପ୍ରବାସୀ ଓଡ଼ିଆଙ୍କର ହେବ କୋରୋନା ଟେଷ୍ଟ୍‌ । ଏହି ଟେଷ୍ଟ୍‌ ପାଇଁ ଆଇଏମଆରସି ଘରୋଇ ବିଜ୍ଞାନଗାରକୁ ବ୍ୟବହାର କରିବ । ଆଗାମୀ ଦିନରେ ଦୈନିକ 15 ହଜାର ପରୀକ୍ଷା କରିବା ପାଇଁ ରାଜ୍ୟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ନଜରରେ ପ୍ରବାସୀ ଓଡ଼ିଆ, ବଢିବ ଅଧିକ ଟେଷ୍ଟ
ରାଜ୍ୟ ବାହାରୁ ଶ୍ରମିକଙ୍କୁ ଆଣିବା ପାଇଁ ବରିଷ୍ଠ ଭାରତୀୟ ପ୍ରସାନିକ ଅଧିକାରୀଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଦାଇତ୍ୱ ଦିଆଯାଇଛି। ପଞ୍ଜୀକୃତ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବା ଖାଇବା ଚିକିତ୍ସା ଆଦି ବିନା ମୂଲ୍ୟରେ ଯୋଗାଇ ଦିଆଯିବ।


ଓଡିଶା ଫେରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଅସ୍ଥାୟୀ ଭାବରେ ସ୍ୱାସ୍ଥ୍ୟକେନ୍ଦ୍ର ଓ 14 ଦିନ ରହିବା ପାଇଁ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଦୈନିକ ଖାଦ୍ୟ ବାବଦକୁ ବୟସ୍କ ଲୋକଙ୍କ ପାଇଁ 120 ଟଙ୍କା ଓ 14 ବର୍ଷରୁ କମ ପିଲାଙ୍କ ପାଇଁ 100 ଟଙ୍କାର ବ୍ୟବସ୍ତା କରାଯାଇଛି।

ସେହିପରି ବ୍ୟକ୍ତିଗତ କିଟ୍‌ ପାଇଁ 300 ଟଙ୍କାର ବ୍ୟବସ୍ଥା ରହିଛି । ପ୍ରାୟକ କେନ୍ଦ୍ରର ସଫେଇ ସୁରକ୍ଷା ଭାବଦରେ ସର୍ବାଧିକ ଦୈନିକ 2000 ଟଙ୍କା ମଞ୍ଜୁର କରାଯାଇଛି । କୋଭିଡ 19 ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର 16 ହଜାର ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ 15 ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ 241 କୋଟି ଟଙ୍କା ପ୍ରଦାନ କରାଯାଇସାରିଲାଣି ।


ପଞ୍ଚାୟତରେ 14 ଦିନ ରହିଲା ପରେ ପ୍ରାବାସୀ ଓଡିଆଙ୍କ ସ୍ବାସ୍ଥ୍ୟଗତ ଚିକିତ୍ସା କରାଯିବ । ଏହାପରେ ଏମାନେ ନିଜ ଘରକୁ ଯାଇପାରିବେ। ଯଦି ପଜିଟିଭ ବାହାରେ ତେବେ ଜିଲ୍ଲାରେ ଥିବା କୋଭିଡ଼ ହସ୍ପିଟାଲକୁ ପଠାଯିବ । ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଓଡ଼ିଆ ଲୋକ ସଂଗରୋଧରେ ରହିବା ପାଇଁ 2 ଲକ୍ଷ ବେଡ଼ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 28, 2020, 8:36 PM IST

ABOUT THE AUTHOR

...view details