ଭୁବନେଶ୍ବର:ପୁଣି ଆଉ ଏକ ଲଘୁଚାପ (Another Low pressure expected in Andaman Sea) । ରାଜ୍ୟରେ ୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରର ସମ୍ଭାବନା ରହୁଛି । ତେଣୁ ରାଜ୍ୟରେ ପୁଣି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ (Bhubaneswar Meteorological Department) କେନ୍ଦ୍ରରୁ ସୂଚନା ମିଳିଛି ।
ଏହାସହ ଦକ୍ଷିଣ ବଙ୍ଗୋପସାଗର ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାର କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି । ସେହିପରି ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡି଼ଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ବର୍ଷା ବିଶେଷ ଅନୁଭୂତ ହେଉନାହିଁ । ପାଗ ଅନୁକୂଳ ରହୁଛି । ଅନ୍ୟପଟେ ଏହି ପାଗ ରାଜ୍ୟରେ ମୌସୁମୀ ଅପସାରଣ ପ୍ରକ୍ରିୟାକୁ ସହଯୋଗ କରୁଛି ।
ଏହା ବି ପଢନ୍ତୁ- Weather Update: 18ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା