ଭୁବନେଶ୍ବର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅବସ୍ଥା ଏପରି ହୋଇଛି ଯେ, କ୍ଷମତାଠାରୁ ଅଧିକ କଏଦୀ ଜେଲରେ ରହୁଛନ୍ତି । ବିଭିନ୍ନ ଜିଲ୍ଲାରେ ଥିବା 40 ଟି ମୁଖ୍ୟ ଓ ଉପକାରାଗାରରେ ରହୁଥିବା ଅପରାଧୀଙ୍କ ସଂଖ୍ୟା କ୍ଷମତାଠୁ ଅଧିକ । ଏ ନେଇ ଗୃହରେ ପ୍ରଶ୍ନ ଉଠାଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ।
ରାଜ୍ୟରେ ଜେଲ୍ରେ କ୍ଷମତାଠୁ ଅଧିକ କଏଦୀ - ମୌସୁମୀ ଅଧିବେଶନ
ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅବସ୍ଥା ଏପରି ହୋଇଛି ଯେ, କ୍ଷମତାଠାରୁ ଅଧିକ କଏଦୀ ଜେଲରେ ରହୁଛନ୍ତି । ଅଧିକ ପଢନ୍ତୁ
ରାଜ୍ୟରେ ଜେଲରେ କ୍ଷମତାଠୁ ଅଧିକ କଏଦୀ
ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତ ବେହେରା କହିଛନ୍ତି ଯେ, "ରାଜ୍ୟର ବିଭିନ୍ନ କାରାଗାରରେ ଏବେ ମୋଟ ୨୦ ହଜାର ୨୬୦ ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଚାରାଧୀନ ପୁରୁଷ କଏଦୀଙ୍କ ସଂଖ୍ୟା ୧୬୮୭୬ ଓ ମହିଳା କଏଦୀଙ୍କ ସଂଖ୍ୟା ୬୨୩ ଅଟେ । ମୃତ୍ୟୁ ଦଣ୍ଡବିଧାନ ଅପେକ୍ଷାରେ ଥିବା ପୁରୁଷ କଏଦୀଙ୍କ ସଂଖ୍ୟା ୧୧ ଓ ମହିଳା କଏଦୀଙ୍କ ସଂଖ୍ୟା ଶୂନ୍ୟ ରହିଛି । ଆଜୀବନ କାରାଦଣ୍ଡ ଭୋଗୁଥିବା ମୋଟ କଏଦୀଙ୍କ ସଂଖ୍ୟା ୧୫୪୩ ଅଟେ । ରାଜ୍ୟରେ ପ୍ରାୟ ସମସ୍ତ ଜେଲରେ କ୍ଷମତା ଠାରୁ ଅଧିକ କଏଦୀ ରହିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର