ଭୁବନେଶ୍ବର : ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ଟୀକାକରଣରେ ଅଧିକ ଫୋକସ ଦିଆଯାଉଛି। ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଅଧିକରୁ ଅଧିକ ଟୀକାକରଣ କରାଯିବାକୁ ଯୋଜନା କରାଯାଉଛି। ଯଦି ଗ୍ରାମାଞ୍ଚଳରେ ଟୀକାକରଣରେ ଅସୁବିଧା ହୁଏ । ତେବେ ଏହାର ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ମୋଟ 1 କୋଟି 78 ଲକ୍ଷ ଟୀକାକରଣ ସରିଛି। ପ୍ରଥମ ଡୋଜ 1 କୋଟି 37 ଲକ୍ଷ ଓ ଦ୍ୱିତୀୟ ଡୋଜ 41 ଲକ୍ଷ ଡୋଜ ଲୋକ ନେଇଛନ୍ତି। 40 ପ୍ରତିଶତ ପ୍ରଥମ ଡୋଜ ଲୋକ ନେଇଛନ୍ତି। ରାଜ୍ୟରେ ଟିକାକାରଣ ସାଢ଼େ 3 ଲକ୍ଷ ଟାର୍ଗେଟ ରହିଛି। ମାତ୍ର 2 ଲକ୍ଷ ଟୀକାକରଣ ହେଉଛି ଦୈନିକ। ରାଜ୍ୟରେ କୋଭାସ୍କିନ କମ ରହିଛି। ସାମାନ୍ୟ ଅସୁବିଧା ହେଉଛି। ଟିକା ରାଜ୍ୟକୁ ଆସିଲେ ସମସ୍ୟାର ସମାଧାନ ହେବ। ଅନ୍ୟପଟେ ଗର୍ଭବତୀଙ୍କର ଟିକାକରଣ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 57 ହଜାର ଗର୍ଭବତୀଙ୍କୁ ଟୀକାକରଣ କରାଯାଇଛି ।