ଓଡିଶା

odisha

ETV Bharat / city

ପ୍ରଥମ ପର୍ଯ୍ୟାୟ ମତଦାନ: ସଚେତନ ମହିଳା ଭୋଟର, ପଛରେ ପଡିଲେ ପୁରୁଷ - ମହିଳା ଭୋଟର

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମହିଳା ସଶକ୍ତିକରଣ ଦେଖିବାକୁ ମିଳିଛି । ରାଜ୍ୟରେ ମହିଳା ଭୋଟର ଅଧିକ ସଚେତନ ଥିବା ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଦେଖିବାକୁ ମିଳିଛି । ନିର୍ବାଚନରେ ମତଦାନ କରିବାରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା ।

ପ୍ରତୀକାତ୍ମକ ଫଟୋ

By

Published : Apr 12, 2019, 5:38 PM IST

ଭୁବନେଶ୍ବର: ଗୁରୁବାର ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଓଡିଶାରେ ମଧ୍ୟ 4ଟି ଲୋକସଭା ଓ 28ଟି ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହୋଇଛି । ତେବେ ମତଦାନ ସାବ୍ୟସ୍ତ କରିବାରେ ଆଗରେ ରହିଛନ୍ତି ମହିଳା ଭୋଟର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମହିଳା ସଶକ୍ତିକରଣ ଦେଖିବାକୁ ମିଳିଛି । ରାଜ୍ୟରେ ମହିଳା ଭୋଟର ଅଧିକ ସଚେତନ ଥିବା ମତଦାନ ହାରରୁ ସ୍ପଷ୍ଟ ଜଣାପଡୁଛି । ମତଦାନରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା ।

ଗତକାଲି ମୋଟ୍‌ ୭୩.୭୬ ପ୍ରତିଶତ ମତଦାନ ହୋଇଛି । ଏଥିରେ ୭୩.୦୯ ପ୍ରତିଶତ ପୁରୁଷ ଭୋଟର ହୋଇଥିବା ବେଳେ ୭୪.୪୩ ପ୍ରତିଶତ ମହିଳା ଭୋଟର ଅଛନ୍ତି । ଏହା ମହିଳାଙ୍କ ସଶକ୍ତିକରଣକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ସେହିପରି ସଂସଦୀୟ ନିର୍ବାଚନମଣ୍ଡଳୀକୁ ବିଚାର କଲେ ନବରଙ୍ଗପୁରରେ ସର୍ବାଧିକ ପୋଲିଂ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠାରୁ କମ୍‌ ଭୋଟିଂ ହୋଇଛି । ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁସାରେ କଳାହାଣ୍ଡିରେ ୭୫.୮୨ ପ୍ରତିଶତ ଭୋଟ୍‌ ହୋଇଥିବାବେଳେ ନବରଙ୍ଗପୁରରେ ୭୮.୮୯ ପ୍ରତିଶତ, କୋରାପୁଟରେ ୭୪.୭୭ ପ୍ରତିଶତ ଏବଂ ବ୍ରହ୍ମପୁରରେ ୬୫.୫୭ ପ୍ରତିଶତ ପୋଲିଂ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details