ଓଡିଶା

odisha

କୋରୋନାରେ ଆଖି ବୁଜିଲେ ଆଉ 5, ଗଞ୍ଜାମରେ ସର୍ବାଧିକ

By

Published : Dec 3, 2020, 12:25 PM IST

ଆଜି 5ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଗଞ୍ଜାମରୁ ସର୍ବାଧିକ 3ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 1755ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କୋରୋନାରେ ଆଖି ବୁଜିଲେ ଆଉ 5 ଜଣ, ଗଞ୍ଜାମରେ ସର୍ବାଧିକ
କୋରୋନାରେ ଆଖି ବୁଜିଲେ ଆଉ 5 ଜଣ, ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ବର: ଦୀର୍ଘ 6 ମାସ ପରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ସଂକ୍ରମଣ ସହ କୋରୋନା ମୃତ୍ୟୁ ସଂଖ୍ୟାରେ ମଧ୍ୟ ଲାଗିଛି ଏକ ପ୍ରକାର ବ୍ରେକ । ପ୍ରତ୍ୟେକ ଦିନ 10ରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଆଖି ବୁଜୁଥିବା ବେଳେ ଗତ କିଛି ଦିନ ଏହି ସଂଖ୍ୟାରେ ହ୍ରାସ ଘଟିଛି । ଆଜି ଆଉ 5 ଜଣଙ୍କ ଜୀବନ ନେଇଛି କୋରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି । ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଛି 1755ରେ ।

କୋରୋନାରେ ଆଖି ବୁଜିଲେ ଆଉ 5 ଜଣ, ଗଞ୍ଜାମରେ ସର୍ବାଧିକ

କୋରୋନା ମୃତକଙ୍କ ମଧ୍ୟରେ ଅଛନ୍ତି, ଭୁବନେଶ୍ବରର 57 ବର୍ଷିୟ ପୁରୁଷ । ଯିଏକି ଡାଇବେଟିସ ରୋଗରେ ପୀଡିତ ଥିଲେ । ସେହିପରି ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନାରେ ଆଖି ବୁଜିଛନ୍ତି । ଜଣେ 59 ବର୍ଷିୟ ମହିଳା ଓ 54 ବର୍ଷିୟ ପୁରୁଷ ଓ 82 ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ଡାଇବେଟିସରେ ଆକ୍ରାନ୍ତ ଥିଲେ । ଅନ୍ୟପଟେ ନୟାଗଡରେ ମଧ୍ୟ ଜଣେ 52 ବର୍ଷିୟ ପୁରୁଷଙ୍କ କୋରୋନାରେ ପ୍ରାଣ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details