ଓଡିଶା

odisha

ETV Bharat / city

Weather Update: ତାତିରୁ ମିଳିବ ତ୍ରାହି, ଓଡିଶା ଛୁଇଁଲା ମୌସୁମୀ - ମୌସୁମୀ ଅପଡେଟ

ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବେ ରାଜ୍ୟବାସୀ । ବହୁ ପ୍ରତୀକ୍ଷା ପରେ ଆଜି ଓଡିଶାରେ ପ୍ରବେଶ କରିଛି ମୌସୁମୀ । ଅଧିକ ପଢନ୍ତୁ

ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୈସୁମୀ ବାୟୁ
ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୈସୁମୀ ବାୟୁ

By

Published : Jun 16, 2022, 12:31 PM IST

Updated : Jun 16, 2022, 5:04 PM IST

ଭୁବନେଶ୍ବର: ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବେ ରାଜ୍ୟବାସୀ । ବହୁ ପ୍ରତୀକ୍ଷା ପରେ ଆଜି ଓଡିଶାରେ ପ୍ରବେଶ କରିଛି ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଛି । ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି । ପୂର୍ବରୁ ଜୁନ ୧୫ରୁ ୧୬ ମଧ୍ୟରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ନେଇ ପୂର୍ବାନୁମାନ କରିଥିଲା ଜାତୀୟ ପାଣିପାଗ ବିଭାଗ ।

Weather Update: ତାତିରୁ ମିଳିବ ତ୍ରାହି, ଓଡିଶା ଛୁଇଁଲା ମୌସୁମୀ

ମୌସୁମୀ ଆଗମନ ନିଶ୍ଚିତ ଭାବରେ ଏକ ସକାରାତ୍ମକ ସଙ୍କେତ ଦେଇଛି । କୃଷି ପାଇଁ ଅନୁକୂଳ ସମୟ ଆସିଛି । ଆସନ୍ତା ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ଛୁଇଁବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ମଧ୍ୟ ହୋଇଛି । ମୌସୁମୀ ପ୍ରଭାବରେ ମାଲକାନଗିରି, କୋରାପୁଟ ,ରାୟଗଡା ଆଦି ଜିଲ୍ଲାରେ ସେହି ପରିମାଣରେ ବର୍ଷା ହୋଇଛି । ଆଗାମୀ ୩ରୁ ୪ଦିନ ରାଜ୍ୟରେ କୋହଲା ପାଗ ରହିବ । ଜୁନ୍‌ ପହିଲାରୁ ୧୫ ତାରିଖ ଯାଏଁ ପାଖାପାଖି ୭୩ କମ୍ ପ୍ରତିଶତ ବର୍ଷା ରେକର୍ଡ ହୋଇଛି ।

ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ମୌସୁମୀକୁ ବାଟକଢାଇ ସାରା ରାଜ୍ୟରେ ସକ୍ରିୟ କରାଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ୫ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଏବଂ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁରରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୧୦୩ ମିଲିମିଟର, ନୟାଗଡରେ ୭୨.୪ ମିଲିମିଟର, କଳହାଣ୍ଡିରେ ୬୯ ମିଲିମିଟର, ଅନୁଗୁଳରେ ୬୧ ମିଲିମିଟର, କନ୍ଧମାଳରେ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।

Last Updated : Jun 16, 2022, 5:04 PM IST

ABOUT THE AUTHOR

...view details