ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନ ର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ । ସେହିପରି 14 ତାରିଖରୁ 28 ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚଲାଇବା ପାଇଁ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ସହଯୋଗ ଲୋଡିଲେ ବାଚସ୍ପତି ।
ବାଚସ୍ପତି କହିଛନ୍ତି ଯେ, ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ପ୍ରସ୍ତାବ ଉପସ୍ଥାପିତ ହେବ । 14 ତାରିଖରୁ 28 ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିନଥିବ ତାହା 29 ତାରିଖରେ ଗିଲୋଟିନ ଜରିଆରେ ପାରିତ କରାଯିବ । 30 ତାରିଖରେ 2022-23 ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ପ୍ରଶ୍ନ କାଳ ସ୍ୱାଭାବିକ କରିବା ପାଇଁ ସବୁ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ବାଚସ୍ପତି ।