ଭୁବନେଶ୍ବର:ସରିଲା ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ । ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ସ୍ବଳ୍ପ କାଳୀନ ମୌସୁମୀ ଅଧିବେଶନରେ ସମୁଦାୟ 8ଟି କାର୍ଯ୍ୟ ଦିବସ ରହିଥିଲା । ଏହାରି ମଧ୍ୟରେ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଗୃହରେ ଘେରିଥିବା ଯୋଗୁଁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ଏପରିକି 5ଟି କର୍ଯ୍ୟ ଦିବସରେ ପ୍ରଶ୍ନକାଳ ମଧ୍ଯ ସୁରୁଖୁରୁରେ ଚାଲି ପାରିନଥିଲା ।
ଏହାରି ଭିତରେ ରାଜ୍ୟରେ ମରୁଡ଼ି ପରିସ୍ଥିତି, ଓଡ଼ିଶା ଷ୍ଟାଫ ସେଲଲେକ୍ସନରେ ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସମ୍ପର୍କରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲେଚନା ହୋଇଥିଲା । ସେହିପରି ଶାସକ ଦଳ ପକ୍ଷରୁ ଆଗତ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା ।