ଓଡିଶା

odisha

ETV Bharat / city

Monsoon session: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ - ବିଧାନସଭା ମୌସୁମୀ ଅଧିବେଶନ

ଷୋଡଶ ବିଧାନସଭା ଦଶମ ଅଧିବେଶନର ମୌସୁମୀ ଅଧିବେଶନ (Monsoon session of Odisha Assembly begins )। ଅଧିବେଶନର ଆଜି ପ୍ରଥମ ଦିନରେ ସରକାର ଆର୍ଥିକ ବର୍ଷ 2022-23 ପାଇଁ ଗୃହରେ ଆଗତ କରିବେ ପୂର୍ଣ୍ଣାଙ୍ଗ ବଜେଟ । ଅଧିକ ପଢନ୍ତୁ

Monsoon session
Monsoon session

By

Published : Jul 2, 2022, 12:26 PM IST

Updated : Jul 2, 2022, 12:40 PM IST

ଭୁବନେଶ୍ବର: ଷୋଡଶ ବିଧାନସଭା ଦଶମ ଅଧିବେଶନର ମୌସୁମୀ ଅଧିବେଶନ (Monsoon session of Odisha Assembly begins )। ଅଧିବେଶନର ଆଜି ପ୍ରଥମ ଦିନରେ ସରକାର ଆର୍ଥିକ ବର୍ଷ 2022-23 ପାଇଁ ଗୃହରେ ଆଗତ କରିବେ ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Finance minister Niranjan Pujari)ଅପରାହ୍ନ 4 ଟାରେ ଏହି ବଜେଟ ଆଗତ କରିବେ ।

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ 10.30ରେ ଗୃହ ଆରମ୍ଭ ହେବାମାତ୍ରେ ଭିସି ଯୋଗେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର କମ୍ୟୁନିଷ୍ଟ ପାର୍ଟି ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ସମର୍ଥନ କରି ସୁରେନ୍ଦ୍ରଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ଦିଂବଗତ ସୁରେନ୍ଦ୍ର ନାଥ କହଁରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2022, 12:40 PM IST

ABOUT THE AUTHOR

...view details