ଭୁବନେଶ୍ବର:ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନ(Monsoon session of Odisha Assembly )କୁ ସୁପରିଚାଳନା ଲାଗି ନବ ନିର୍ବାଚିତ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା 29 ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ (Bikram Keshari Arukha)ଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ଅଧିବେଶନ କୋଭିଡ କଟକଣା ଯୁକ୍ତ ବା ମୁକ୍ତ ହେବ ତାହା ବୈଠକରେ ଆଲୋଚନା ହେବ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ବାଚସ୍ପତି କହିଛନ୍ତି ଯେ, ଜୁଲାଇ 2 ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ବିଧାନସଭା ଆରମ୍ଭ ପୂର୍ବରୁ ଅଧିବେଶନର ସୁପରିଚାଳନା ନିମନ୍ତେ ଡକାଯାଇଛି ସର୍ବଦଳୀୟ ବୈଠକ(all party meeting) । କିପରି ବିଧାନସଭାର ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହେବ, ସେନେଇ ଆଲୋଚନା ହେବ । ଆସନ୍ତା 29 ତାରିଖ ଦିନ 11 ଟା ରେ ବସିବ ବୈଠକ । ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିବେ । ତେବେ ଚଳିତ ଅଧିବେଶନ କୋଭିଡ କଟକଣା ଯୁକ୍ତ ବା ମୁକ୍ତ କରିବା ଲାଗି ବୈଠକରେ ଆଲୋଚନା ହେବ । କାରଣ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ତେଣୁ ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ । ସବୁ ଦଳର ମତାମତ ଲୋଡାଯିବ । ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।