ଓଡିଶା

odisha

ETV Bharat / city

ସ୍ୱାସ୍ଥ୍ୟ ବିଭାଗର ଗୁମର ଖୋଲିଲେ ବିଜେଡି ବିଧାୟକ - ମୌସୁମୀ ଅଧିବେଶନ

ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଗୃହରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଭାଗୀରଥି ସେଠୀ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ବିଭାଗର ଗୁମର ଖୋଲିଲେ ବିଜେଡି ବିଧାୟକ
ସ୍ୱାସ୍ଥ୍ୟ ବିଭାଗର ଗୁମର ଖୋଲିଲେ ବିଜେଡି ବିଧାୟକ

By

Published : Jul 5, 2022, 6:42 PM IST

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଗୃହରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ଉଦବେଗ ପ୍ରକାଶ ପାଇଛି । ସ୍ବାସ୍ଥ୍ୟ ବିଭାଗର ଗୁମର ଖୋଲିଛନ୍ତି ଶାସକ ଦଳ ବିଧାୟକ ଭାଗୀରଥି ସେଠୀ । ସ୍ବାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ରକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ ।

ବିଧାୟକ ଭାଗୀରଥି ସେଠୀ ସ୍ବାସ୍ଥ୍ୟ ବିଭାଗର ନିଛକ ଚିତ୍ର ପଦାରେ ପକାଇଛନ୍ତି । ଆନନ୍ଦପୁର ସବଡିଭିଜନରେ ସ୍ବାସ୍ଥ୍ୟ ବିଭାଗର ଛବି ଅତ୍ୟନ୍ତ ଦୁଃଖଦାୟକ। ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ନାହାନ୍ତି, ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି । ତେଣୁ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଭିତ୍ତିଭୂମିକୁ ତୁରନ୍ତ ସଜଡ଼ାଯାଉ, ଆବଶ୍ୟକୀୟ ଡାକ୍ତର, ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ ବୋଲି କହିଛନ୍ତି ବିଧାୟକ । ସ୍ବାସ୍ଥ ବ୍ୟବସ୍ଥା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହିବ ଯାହା ନିଜ ଗାଲରେ ଚାପୁଡ଼ା ମରିବ ତାହା ବୋଲି କହିଛନ୍ତି ବିଧାୟକ ଭାଗୀରଥି ସେଠୀ । ସ୍ବାସ୍ଥ୍ୟ ବିଭାଗରେ ଉନ୍ନତି ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଯେ ନିଜେ ଅସୁସ୍ଥ ତାର ଉଦାହରଣ ଦେଇଛନ୍ତି ବିଧାୟକ । କେବଳ ସେତିକି ନୁହଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହି କିଛି ଲାଭ ନାହିଁ ବୋଲି କହିବାକୁ ଯାଇ ବିଧାୟକ 'ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡା ମାରିବ ତାହା' ବୋଲି କଟାକ୍ଷ କରିଛନ୍ତି । ଶାସକଦଳର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନଙ୍କ ପରେ ବିଧାୟକ ଭାଗୀରଥି ସେଠୀ ବିଧାନସଭାରେ ସରକାରଙ୍କୁ ସମାଲୋଚନା କରିବା ଶାସକ ଦଳକୁ ଅଡୁଆରେ ପକାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details